ୱାଶିଂଟନ: ଆମେରିକାର ଉପରାଷ୍ଟ୍ରପତି ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହାରିସ । ବର୍ତ୍ତମାନ ସେ ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି । କେବଳ ପ୍ରଥମ ଉପରାଷ୍ଟ୍ରପତି ନୁହେଁ, ପ୍ରଥମ ଆଙ୍ଗଲୋ ଆମେରିକାକାନ ମହିଳା ଏବଂ ଭାରତୀୟ ବଂଶøାଦ୍ଭବ ମହିଳା ଭାବେ ଆମେରିକାର ଦ୍ୱିତୀୟ ଶକ୍ତିଶାଳୀ ପଦବୀକୁ ସମ୍ଭାଳିବାକୁ ଯାଉଛନ୍ତି । ବିଜୟ ପରେ ସେ ଆମେରିକାବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଥିଲେ, ତାଙ୍କ ମା ଯେତେବେଳେ ଭାରତରୁ ଆମେରିକା ଆସିଥିଲେ ସେତେବେଳେ ସେ ଏ ବିଷୟରେ ଚିନ୍ତା କରିନଥିଲେ । ଏବେ ଏହି ବିଜୟର ଶ୍ରେୟ ସେ ତାଙ୍କ ମାଆଙ୍କୁ ଦେଇଛନ୍ତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର, ପ୍ରମୁଖ ହୋଇଛନ୍ତି ଜୋ ବାଇଡେନ୍। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ବମ୍ବର ବିଜୟ ପାଇଛି ଡେମୋକ୍ରେଟିକ୍ ପାର୍ଟି। ଏଥିସହ ଆମେରିକାରେ ଶେଷ ହୋଇଛି ଟ୍ରମ୍ପ ଯୁଗ। ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ଭୋଟ ଅନୁଯାୟୀ, ବାଇଡେନ ୨୮୪ ଭୋଟରେ ଆଗୁଆ ରହିଥିବା ବେଳେ ଟ୍ରମ୍ପଙ୍କ ସପକ୍ଷରେ ଯାଇଛି ୨୧୪ ଇଲେକ୍ଟୋରାଲ ଭୋଟ। ହେଲେ ରାଷ୍ଟ୍ରପତି ହେବା ପାଇଁ ମ୍ୟାଜିକ ନମ୍ବର ୨୭୦କୁ ବାଇଡେନ ପାର୍ କରି ଯାଇଥିବାରୁ ସମସ୍ତ ଅନ୍ତର୍ଜାତୀୟ ଗଣମାଧ୍ୟମ ତାଙ୍କୁ ବିଜେତା ଘୋଷଣା କରିଛନ୍ତି। ଏବେବି ୪ଟି ରାଜ୍ୟର ଭୋଟ୍ ଗଣତି ଜାରି ରହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0