ପୁଣି ବଡ଼ିଲା ବଲିଉଡ଼ କୁଇନ କଙ୍ଗନା ରଣାୱତଙ୍କ ଅଡ଼ୁଆ । ଥାନାରେ ହାଜର ହେବାକୁ ଡ଼କାଇଲା ପୁଲିସ । ବଲିଉଡ଼ର ପ୍ରଖ୍ୟାତ ଲେଖକ ତଥା ଗୀତିକାର ଜାଭେଦ ଅଖତର କରିଥିବା ମାନହାନି ମକଦ୍ଦମାରେ କଙ୍ଗନାଙ୍କୁ ମୁମ୍ବାଇ ପୁଲିସ ସମନ ଜାରି କରିଛି । ଆସନ୍ତା ଶୁକ୍ରବାର ଦିନ ଜୁହୁ ପୁଲିସ ନିକଟରେ ହାଜର ହେବାକୁ କଙ୍ଗନାଙ୍କୁ କୁହାଯାଇଛି । ଏକ ସାକ୍ଷତକାରରେ କଙ୍ଗନା,ଅଖତରଙ୍କ ବିରୋଧରେ ବିବାଦୀୟ ଏବଂ ଭିତ୍ତିହୀନ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଗତବର୍ଷ ନଭେମ୍ବର ମାସରେ ଜାଭେଦ କଙ୍ଗନାଙ୍କ ନାଁରେ ଏକ ଅପରାଧିକ ମାମଲା ରୁଜୁ କରିଥିଲେ । ଫେବୃଆରୀ ୧ତାରିଖଭିତରେ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ମୁମ୍ବାଇ ପୁଲିସକୁ ନିଦେ୍ଦଶ ଦେଇଛି କୋର୍ଟ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0