ନୂଆପଡା : ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋଡେନ ଠାରେ ସତପ୍ରତିଶତ କୋଭିଡ଼19 ଟୀକା ନିଶ୍ଚତ କରିବା ପାଇଁ କାର୍ଯ୍ୟକ୍ରମ ଶୁଭlରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବୋଡେନ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଭୋଇ,ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସଂଜୀବକୁମାର ନାୟକ, ବୋଡେନ ଡିଗ୍ରୀ କଲେଜ ପୂର୍ବତନ ଅଧକ୍ଷ୍ୟ କିଶୋର କୁମାର କର୍ଣ,ସ୍ୱାସ୍ଥ୍ୟ ବିଭାଗ ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ କୁମାର ମିଶ୍ର, ୟାର ସ୍ୱେଚ୍ଛା ସେବି ସଙ୍ଘଠନ ର ସଭାପତି ମହେନ୍ଦ୍ର କୁମାର ଯୋଶୀ, ସମ୍ପାଦକ ହରି ଦାସ ପଟେଲ, ବରିଷ୍ଟ କର୍ମ କର୍ତା ଅରୁଣ ବିଶ୍ୱାଳ,ସମସ୍ତ ଟୀକା ସାଥି, ସୁପରଭାଇଜର, ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହିଥିବା ବେଳେ କୋଭିଡ଼ 19 ଟୀକା କରଣ କିପରି ଭାବରେ ସତ ପ୍ରତିଶତ ହୋଇ ପାରିବ । ସେହି ବିଷୟରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା ଏହି ଅବସରରେ ଶ୍ରୀଯୁକ୍ତ ଭୋଇ ମହାଶୟ ସବୁଜ ପତାକା ଦେଖେଇ ସଚେତନତା ରଥ କୁ ପ୍ରଚାର ପ୍ରସାର ନିମନ୍ତେ ଉଦଘାଟିତ କରିଥିଲେ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0