ନୂଆଦିଲ୍ଲୀ: ଜୟାଙ୍କୁ କଙ୍ଗନାଙ୍କ ଇମୋସନାଲ ଆଟାକ୍ । ସଂସଦରେ ବର୍ଷିବା ପରେ ଜୟା ବଚ୍ଚନଙ୍କୁ ଇମୋସନାଲ ଟାର୍ଗେଟ କରିଛନ୍ତି କଙ୍ଗନା ରାଣାୱତ । ପୁଅ ଅଭିଷେକ ଓ ଝିଅ ଶ୍ୱେତାଙ୍କ ନାଁ ନେଇ ଜୟାଙ୍କୁ ଜବାବ ଦେଇଛନ୍ତି କଙ୍ଗନା । କଙ୍ଗନା କହିଛନ୍ତି ଯଦି ଅଭିଷେକ ନିର୍ଯ୍ୟାତନା ଅଭିଯୋଗ କରି ଫାଶିରେ ଝୁଲିଯାଆନ୍ତେ କିମ୍ବା ଯଦି ଟିନଏଜରେ ମୋ ଭଳି ଆପଣଙ୍କ ଝିଅ ଶ୍ୱେତାଙ୍କୁ ଡ୍ରଗ୍ସ ଦିଆଯାଆନ୍ତା, ମାଡ ମରାଯାଆନ୍ତା, ଶୋଷଣ ହୁଅନ୍ତା ତେବେ କି କଣ ଆପଣ ଏଭଳି କହିବେ । ଆମମାନଙ୍କ ପ୍ରତି ମଧ୍ୟ ଟିକେ ଦୟା ମନୋଭାବ ଦେଖାନ୍ତୁ ବୋଲି କଙ୍ଗନା କହିଛନ୍ତି । ବଲିଉଡ୍ ଓ ଡ୍ରଗ୍ସ ଲିଙ୍କ୍ ମାମଲାରେ ସଂସଦରେ ବର୍ଷିଥିଲେ ଜୟା ବଚ୍ଚନ । ବଲିଉଡ୍କୁ ବଦନାମ ପାଇଁ ଷଡଯନ୍ତ୍ର କରାଯାଉଥିବା କହିଥିଲେ ଜୟା । ତାଙ୍କର ଏ ମତ ଉପରେ ଇମୋସନାଲ ଟାର୍ଗେଟ କରିଛନ୍ତି କଙ୍ଗନା ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0