spot_img

କଙ୍ଗନାଙ୍କ ପାଇଁ ବଢିପାରେ ହ୍ରିତିକଙ୍କ ସମସ୍ୟା

ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରନୌତଙ୍କ ସହ ବିବାଦ ମାମଲାରେ ନଜର ଆସିଛନ୍ତି । କଙ୍ଗନା ରୌନତଙ୍କ ଇ-ମେଲ୍ କେସ୍ ରେ ୨୭ ଫେବୃଆରୀ ଶନିବାର ଦିନ କ୍ରିମିନାଲ ଇଣ୍ଟେଲିଜେନ୍ସ ୟୁନିଟିକୁ ଆସି ହ୍ରିତିକଙ୍କୁ ନିଜର ବୟାନ ଦେବା ପାଇଁ କ୍ରାଇମବ୍ରାଞ୍ଚ୍ କହିଛି । ୨୦୧୬ ମସିହାରେ କଙ୍ଗନାଙ୍କ ଆକାଉଣ୍ଟରୁ ୧୦୦ରୁ ଅଧିକ ଇ-ମେଲ୍ ମିଳିଥିବାରୁ ହ୍ରିତିକ ରୋଶନ୍ ଏକ ଅଭିଯୋଗ ଦାଖଲ କରାଇଥିଲେ । ହ୍ରତିଙ୍କ ଅଭିଯୋଗ କ୍ରମେ ଏହାର ଯାଞ୍ଚ ମଧ୍ୟ ଚାଲୁଛି । କଙ୍ଗନା ଅନେକ ଇ-ମେଲ୍ ପଠାଇ ହ୍ରିତିକ ରୋଶନଙ୍କ ଉପରେ ହଇରାଣ କରୁଥିବାର ଅଭିଯୋଗ କରିଥିଲେ କିନ୍ତୁ ହ୍ରତିକ୍ ଏପରି କୌଣସି ଇ-ମେଲ୍ ପଠାଇ ନଥିବା କହିଥିଲେ । ତେଣୁ ହ୍ରିତିକ କଙ୍ଗନାଙ୍କ ବିରୋଧରେ ସାଇବର ସେଲ୍ ରେ ଅଭିଯୋଗ ଦାଖଲ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular