spot_img

ମୁମ୍ବାଇ ଆସୁଛନ୍ତି କଙ୍ଗନା

ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇ ପହଞ୍ଚିବେ । ଏଥିପାଇଁ ସେ ମଣ୍ଡିରେ ନିଜର ପୈତୃକ ଘରୁ ବାହରି ସାରିଛନ୍ତି । ଚଣ୍ଡୀଗଡ଼ରୁ ସେ ମୁମ୍ବାଇ ଫ୍ଲାଇଟ୍ ଯୋଗେ ଯିବେ । ବୁଧବାର ଦିନ କଙ୍ଗନା ଟ୍ୱିଟ୍ କରି କହିଥିଲେ କି , ରାଣୀ ଲକ୍ଷ୍ମୀବାଈଙ୍କ ସାହସ , ଶୌର୍ଯ୍ୟ ଓ ବଳିଦାନ ମୁଁ ଫିଲ୍ମ ଜରିଆରେ ଜିଇଁଛି । ଦୁଃଖର କଥା ଯେ ମୋତେ ମହାରାଷ୍ଟ୍ର ଆସିବାକୁ ରୋକା ଯାଉଛି । ମୁଁ ରାଣୀ ଲକ୍ଷ୍ମୀବାଈଙ୍କ ପାଦଚିହ୍ନରେ ଚାଲିବି । ନାଁ ମୁଁ ଡରିବି, ନାଁ ମୁୁଁ ନଇଁବି । ଭୁଲ ଖିଲାପରେ ସ୍ୱର ଉତ୍ତୋଳନ କରିବା ଜାରି ରଖିବି ।
ମୁମ୍ବାଇ ଯିବା ପୂର୍ବରୁ କଙ୍ଗନା ରାଣାୱତଙ୍କର ଦୁଇଥର କରୋନା ପରୀକ୍ଷା କରାଯାଇଥିଲା । ଦ୍ୱିତୀୟ ଥର ତାଙ୍କର ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କର ମୁମ୍ବାଇ ଆସିବର ରାସ୍ତା ସଫା ହୋଇଯାଇଥିଲା । ସୂଚନାଯୋଗ୍ୟ କି ଗତ କିଛି ଦିନ ହେଲା କଙ୍ଗନା ଓ ଶିବସେନା ମଧ୍ୟରେ କଥା କଟାକଟି ଚାଲିଥିଲା । ମୁମ୍ବାଇ ତାଙ୍କୁ ପିଓକେ ପରି ଲାଗୁଛି ଓ ସେ ସୁରକ୍ଷିତ ନଥିବା କଥା କଙ୍ଗନା କହିଥିଲେ । ଏହା ପରେ ଶିବସେନା ନେତା ତାଙ୍କୁ ମୁମ୍ବାଇ ନଆସିବାକୁ କହିଥିଲେ । ଏହାପରେ ମାମଲା ବଢ଼ିଥିଲା । ଏବେ କେନ୍ଦ୍ର ସରକାର କଙ୍ଗନାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular