ନୂଆଦିଲ୍ଲୀ: କଙ୍ଗନା ରାଣାୱତ ମନାଲି ଫେରିଯାଇଛନ୍ତି । କିନ୍ତୁ ଯିବା ପୂର୍ବରୁ ପୁଣି ଥରେ ଶିବସେନାକୁ କଟାକ୍ଷ କରି ଯାଇଛନ୍ତି । କଙ୍ଗନା ନିଜ ଉପରେ ହୋଇଥିବା ଅତ୍ୟାଚାରକୁ ଏକ କବିତା ରୂପରେ ଲେଖି ଟ୍ୱିଟ୍ କରିଛନ୍ତି । ଏକ ମହିଳା ଉପରେ ଅତ୍ୟାଚାର କରି ପାର୍ଟି ନିଜର ଛବି ଖରାପ କରୁଛି ବୋଲି କହିଛନ୍ତି । ସେ ଲେଖିଛନ୍ତି କି ଯଦି ରକ୍ଷକ ଭକ୍ଷକ ସାଜିବେ , ଘଡ଼ିଆଳ ହୋଇ ଲୋକତନ୍ତ୍ରର ବସ୍ତ୍ରହରଣ କରିବେ, ମୋତେ ଦୁର୍ବଳ ଭାବିବା ସେମାନଙ୍କର ବଡ଼ ଭୁଲ । ଜଣେ ମହିଳାଙ୍କୁ ଡରାଇ ସେମାନେ ନିଜର ଛବି ଖରାପ କରିଛନ୍ତି । ଏମିତି କିଛି ପଂକ୍ତିରେ ସେ ନିଜ ଉପରେ ହୋଇଥିବା ଅତ୍ୟାଚାରକୁ ବର୍ଣ୍ଣନା କରିଛନ୍ତି । ଭାରି ମନରେ ସେ ମୁମ୍ବାଇ ଛାଡ଼ୁଛନ୍ତି । ଗତ ଦିନମାନଙ୍କରେ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର, ତାଙ୍କ ଅଫିସ୍ ପରେ ଘର ଭଙ୍ଗାଯିବାକୁ ଚେଷ୍ଟା ଆଦିକୁ ସେ ନିନ୍ଦା କରିଛନ୍ତି । ମୁମ୍ବାଇକୁ ପିଓକେ ସହ ତୁଳନା କରିଥିବା କଥା ତାଙ୍କର ଠିକ୍ ବୋଲି କଙ୍ଗନା କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0