ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ତଥା ବରିଷ୍ଠ କ୍ରିକେଟର କପିଲ ଦେବ ।ଉଦ ଇବ୍ରାହିମକୁ ଡେସିଂ ରୁମରୁ ବାହାରକୁ ତଡିଦେଇଥିଲେ । ତେବେ ୧୯୮୬ରେ ଭାରତୀୟ ଦଳର ଡେସିଂ ରୁମକୁ ଆସିଥିଲେ ଅଣ୍ଡରୱାଲ୍ଡ ଡନ ଦାଉଦ ଆବ୍ରାହମ । ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିଲେ ସମସ୍ତ ଖେଳାଳିଙ୍କୁ ଉପହାର ସ୍ୱରୂପ କାର ଦେବାକୁ କହିଥିଲେ । ଅଷ୍ଟ୍ରେଲେସିଆ କପ ଫାଇନାଲର ଠିକ ପୂର୍ବରୁ ଦାଉଦ ଏହା କହିଥିଲେ । ମହମୁଦ ଖେଳାଳିମାନଙ୍କର ପରିଚୟ ତାଙ୍କ ସହ କରାଇଥିଲେ । ଦାଉଦ ନିଜକୁ ବଡ ବ୍ୟବସାୟୀ ବୋଲି ପରିଚୟ ଦେଇଥିଲେ । କାଲିର ବ୍ୟାଚ ଜିତିଲେ ସମସ୍ତଙ୍କୁ କାର ଉପହାର ଦେବା କଥା ସେ ଦୋହରାଉଥିଲେ । ଏହି ସମୟରେ କପିଲ ଖବରଦାତା ସମ୍ମିଳନୀରେ ଉଦବୋଧନ ଦେଇ ସାରି ଡ୍ରେସିଂ ରୁମ ଭିତରକୁ ଆସିଥିଲେ । ଦାଉଦଙ୍କୁ ଦେଖି ସେ ତାଙ୍କୁ ସିଧାସଳଖ ବାହାରକୁ ଯିବା ପାଇଁ କହିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0