spot_img

ଚିଲିକାରେ ଶେଷ ହୋଇଛି ପକ୍ଷୀ ଗଣନା

ଚିଲିକା : ଚିଲିକାରେ ଶେଷ ହୋଇଛି ପକ୍ଷୀ ଗଣନା । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢିଛି । ଟାଙ୍ଗୀ ରେଂଜରେ ସର୍ବାଧିକ ଓ ରମ୍ଭା ରେଂଜରେ ସବୁଠୁ କମ ପକ୍ଷୀ ଠାବ ହୋଇଛି । ଗତ ବର୍ଷ ଅପେକ୍ଷା ୧ ଲକ୍ଷ ୩୨ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଚିଲିକାରେ ୨୧ଟି ଗ୍ରୁପ୍ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ । ପ୍ରତି ଗ୍ରୁପରେ ଜଣେ ପକ୍ଷୀ ବିଶେଷଜ୍ଞ ସହିତ ୩ ରୁ ୫ ଜଣ ସ୍ଥାନୀୟ ଗାଇଡଙ୍କୁ ସାମିଲ କରାଯାଇଥିଲା । ଦୁଇଟି ଦଳ ସଡକ ପଥରେ ଓ ୧୯ଟି ଦଳ ଡଙ୍ଗାରେ ଯାଇ ପକ୍ଷୀ ଗଣନା କରିଛନ୍ତି । ଚଳିତ ବର୍ଷ ୧୧୧ ପ୍ରଜାତିର ୧୨ ଲକ୍ଷ ୪ ହଜାର ୩୫୧ ବିଦେଶରୁ ଆସିଥିବା ପକ୍ଷୀ ଚିହ୍ନଟ କରାଯାଇଛି । ସେହିପରି ୭୯ ପ୍ରଜାତିର ୩୮ ହଜାର ୪୭୫ ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଚିଲିକାରେ ମୋଟ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଗଣନା କରାଯାଇଛି । ଏନେଇ ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular