ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର କପିଳାସ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ ହୋଇଥିବାର ଖବର ମିଳିଛି। ଉଭୟଙ୍କଠାରୁ ବନ୍ଧୁକ ଓ ତୀର ମଧ୍ୟ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦେଶ କ୍ରମେ କପିଳାସ ରେଞ୍ଜର ଗୌତମ ପ୍ରଧାନଙ୍କ ନେତୃତ୍ୱରେ ରାତି ସାଢେ ଗୋଟାଏରେ ଚଢଉ କରାଯାଇଥିଲା। ଜିଲ୍ଲା ବନଖଣ୍ଡ ଅଧୀନସ୍ଥ କପିଳାସ ଜଙ୍ଗଲର ବାର ନମ୍ବର କ୍ୟାମ୍ପ ପାଖରୁ ଶିକାର ପାଇଁ ଜଗିଥିବା ବେଳେ ଗନ୍ଦିଆ ଥାନା ରମେଇଖମାର ଗ୍ରାମର ଟୁନା କାରୁଆ ଓ ଟୁଇନ କୋଣ୍ଡାଲକେନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ଗୁଳି ଭର୍ତ୍ତି ହାତ ତିଆରି ବନ୍ଧୁକ ଓ ଆଠଟି ତୀର ଜବତ କରାଯାଇଥିଲା।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0