spot_img

ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

ଭଦ୍ରକ: ଭଦ୍ରକରେ ଲକ୍ଷ୍ମୀପୂଜା ଓ ପ୍ରସିଦ୍ଧ କାଳୀପୂଜା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଛି । ବୈଠକରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା , ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ତେବେ ପୂଜା ପୂର୍ବରୁ ସମସ୍ତ ପୂଜା କମିଟି ଉପଜିଲ୍ଲାପାଳଙ୍କ ଠାରୁ ବିଧିବଦ୍ଧ ଅନୁମତି ନେବାକୁ ବାଧ୍ୟ। ମଣ୍ଡପ ଗୁଡିକ ୩ ପାଖ ଆବଦ୍ଧ ହେବାକୁ ଥିବା ବେଳେ ସମ୍ମୁଖ ଭାଗ ମଧ୍ୟ ଆବଦ୍ଧ ହେବ । ପୁରୋହିତ, କର୍ମକର୍ତ୍ତା ଙ୍କୁ ମିଶାଇ ୭ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ । ମୂର୍ତ୍ତି ଗୁଡିକର ଉଚ୍ଚତା ୪ଫୁଟ ଅଧିକ ହେବ ନାହିଁ । କମିଟି ପକ୍ଷରୁ ପ୍ରତି ମଣ୍ଡପର ଭିତରେ ଓ ବାହାରେ ସିସିଟିଭି ଲଗାଯିବ । କୌଣସି ଅପେରା, ସାଂସ୍କୃତିକ କାର୍ୟ୍ୟକ୍ରମ କିମ୍ବା ମାଇକ ଆଦି ବ୍ୟବହାର ହେବ ନାହିଁ । ଭସାଣ ନିମନ୍ତେ କୌଣସି ଶୋଭାଯାତ୍ରା ହୋଇପାରିବ ନାହିଁ । କୋଭିଡ-୧୯ର ନିୟମକୁ କୌଣସି ମଣ୍ଡପରେ ଉଲଘଂନ ହେବାର ଜଣାଗଲେ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନ ଆଦାୟ କରାଯିବ । ଏହାସିହତ କମିଟି ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular