spot_img

ଖୁବ୍ ଶୀଘ୍ର ପ୍ରଶଂସକଙ୍କୁ ସରପ୍ରାଇଜ ଦେବେ କରନ ଜୋହର

ଡାଇରେକ୍ଟର କରଣ ଜୋହର ଲକଡାଉନ୍ ସମୟରେ ନିଜର ଦୁଇ ଯମଜ ସନ୍ତାନ ରୁହି ଓ ୟଶଙ୍କ ସହିତ ବିଭିନ୍ନ ଭିଡ଼ିଓ ସେୟାର କରି ଲୋକମାନଙ୍କର ଢ଼େର ମନୋରଞ୍ଜନ କରିଥିଲେ । ଏହା ଭିତରେ ସେ ସଫଳ ପିତୃତ୍ୱର ମଧ୍ୟ ଉଦାହରଣ ଦେଇଛନ୍ତି । ଏବେ ସେ ନିଜ ବ୍ୟକ୍ତିଗତ ଅନୁଭବକୁ ଏକ ପୁସ୍ତକର ରୂପ ଦେଉଛନ୍ତି । ଏ ବାବଦରେ ସେ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି । ସେ ନିଜର ନୂଆ ପୁସ୍ତକ ବାବଦରେ କହିଛନ୍ତି କି ଏକ ସ୍ପେଶାଲ କଥା ଆପଣଙ୍କ ସହ ସେୟାର କରିବାକୁ ଚାହୁଁଛି । ମୋର ପ୍ରଥମ ପିକଚର ବୁକ ପିଲାଙ୍କ ବାବଦରେ ଖୁବ ଶୀଘ୍ର ପ୍ରକାଶ ପାଇବ । ଏହା ସହ ସେ ଟି୍ୱଙ୍କଲ ଖାନ୍ନାଙ୍କୁ ମଧ୍ୟ ତାଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି । କରନଙ୍କ ଏହି ପୁସ୍ତକ ସଫଳ ପିତୃତ୍ୱ ଉପରେ ପର୍ଯ୍ୟବେସିତ । ଏହି ପୁସ୍ତକରେ ପୁଅ ଓ ଝିଅ, ଉଭୟଙ୍କ ଲାଳନପାଳନରେ ଥିବା ଅନ୍ତର ଉପରେ ପର୍ଯ୍ୟବେସିତ । ଲବ-କୁଶଙ୍କର କାହାଣୀ ମଧ୍ୟ ଏଥିରେ ସାମିଲ ଅଛି । କରନ ତାଙ୍କର ପୁସ୍ତକ ବିଷୟରେ ଘୋଷଣା ପରେ ସିଦ୍ଧାର୍ଥ ମାଲହୋତ୍ରା, ଦିୟା ମିର୍ଜା ସମେତ ଅନେକ କଳାକାର ତାଙ୍କ ବଧେଇ ଜଣାଇଛନ୍ତି । ଏହା ପୂର୍ବରୁୂୁ କରନଙ୍କର ଅଟୋବାୟୋଗ୍ରାଫି ‘ଆନ୍ ଅନସୁଇଟେବଲ ବୟ’ ଆସିଥିଲା । ଏହି ପୁସ୍ତକଟିରେ ସେ ନିଜ ଜୀବନର ଅନେକ ଅକୁହା କଥା ବୟାନ କରିଥିଲେ । ଜାନୁଆରି ୯, ୨୦୧୭ରେ ଏହା ରିଲିଜ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular