ନୂଆଦିଲ୍ଲୀ : ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ କରିନା କପୁର ଖାନ ଆଜି ତାଙ୍କ ପରିବାର ପାଇଁ ଏବଂ ନିଜ ପ୍ରଶଂସକଙ୍କୁ ଏକ ବହୁତ ବଡ଼ ଖୁସି ଖବର ଦେଇଛନ୍ତି । ପୁଣି ଥରେ ମାତୃତ୍ୱ ଲାଭ କଲେ ବେବୋ । ଦ୍ୱିତୀୟ ଥର ପାଇଁ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଖବର ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ କରିନାଙ୍କୁ ଶୁଭେଛାର ବାର୍ତ୍ତା ଜଣାଇଛନ୍ତି । ଅଭିନେତା ସୈଫ ଅଲି ଖାନ ଓ କରିନାଙ୍କ ପାଇଁ ଏହି ମୂହୂର୍ତ୍ତ ଅତ୍ୟନ୍ତ ସୁଖମୟ ଥିଲା ।
ଗତ ବର୍ଷ ଅଗଷ୍ଟରେ ଉଭୟ ଦ୍ୱିତୀୟ ସନ୍ତାନ ନେଇ ସୋସିଆଲ ମିଡ଼ିଆରେ ଘୋଷଣା କରିଥିଲେ । ନିଜ ଗର୍ଭାବସ୍ଥା ସମୟରେ କରିନା କର୍ମଠ ରହୁଥିଲେ । ସେ କେବେବି କାମ କରିବା ପାଇଁ ଥକିବେ ନାହିଁ ବୋଲି ନିକଟରେ ଏକ ସାକ୍ଷାତକାରରେ କହିଥିଲେ । ଏହିପରି କାମ କରିବା ଦ୍ୱାରା ଗର୍ଭରେ ବଢ଼ୁଥିବା ଶିଶୁଟି ସୁସ୍ଥ ରହିବ ବୋଲି କରିନା କପୁର ଯୁକ୍ତି ବାଢ଼ିଥିଲେ । ବର୍ତ୍ତମାନ କରିନା ତାଙ୍କ ବଡ଼ ପୁଅ ତୈମୁର ଅଲି ଖାନଙ୍କୁ ଏକ ସାନ ଭାଇ ମିଳିଯାଇଛି । ଫ୍ୟାନ୍ସମାନଙ୍କ ଛଡ଼ା ବଲିଉଡ଼ର ଅନେକ ସେଲିବ୍ରିଟି କରିନା ଓ ସୈଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟଙ୍କ ପରିବାରରେ ମଧ୍ୟ ଖୁସିର ମାହୋଲ ଖେଳିଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0