spot_img

କର୍ଣ୍ଣାଟକ ଚିକାବଲାପୁର ପଥର ଖାଦାନରେ ଭୟାନକ ବିସ୍ପୋରଣ

କର୍ଣ୍ଣାଟକ ଚିକାବଲାପୁର ପଥର ଖାଦାନରେ ଭୟାନକ ବିସ୍ପୋରଣ । ଏହି ବିସ୍ଫୋରଣ ଫଳରେ ଖାଦାନରେ କାମ କରୁଥିବା ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ଏହାସହ ଅନେକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହିରେନାଗାଭାଲି ପଥର ଖାଦାନରେ ପଥର ଫଟାଇବା ପାଇଁ ବ୍ୟବହୃତ ଜିଲେଟିନ୍ ଷ୍ଟିକ୍ କୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନିଆଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା । ଅନ୍ୟପଟେ ଖଣିରେ ବେଆଇନ ଭାବେ ଜିଲେଟିନ୍ ବ୍ୟବହାର କରାଯାଉଥିବା ନେଇ ପୋଲିସ ସୂଚନା ଦେଇଛି । ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିରୂପା ଗଭୀର ଦୁଖ ପ୍ରକାଶ କରିଛନ୍ତି । ସେହଭଳି ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular