spot_img

ବିବାହ ପୂର୍ବରୁ ମା’ଙ୍କ ସହିତ ଭିକିଙ୍କ ଘରେ ପହଞ୍ଚିଲେ କ୍ୟାଟ୍ରିନା

ମୁମ୍ବାଇ:କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଇଛନ୍ତି। ଯଦିଓ ଉଭୟ ଏପର୍ଯ୍ୟନ୍ତ ଏହି ଖବରକୁ ନିଶ୍ଚିନ୍ତ କରିନାହାଁନ୍ତି, କିନ୍ତୁ ପାପାରାଜି ସେମାନଙ୍କ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛନ୍ତି । ଯେବେଠୁ ବିବାହର ଖବର ସାମ୍ନାକୁ ଆସିଛି, ଉଭୟଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ କାର୍ଯ୍ୟ ଚର୍ଚ୍ଚାରେ ରହିଛି। ଡିସେମ୍ବର ୯ ରେ ଉଭୟ ରାଜସ୍ଥାନରେ ରୟାଲ୍ ୱେଡିଂ କରିବାକୁ ଯାଉଛନ୍ତି। ବର୍ତ୍ତମାନ କ୍ୟାଟ୍‌ଙ୍କ ଲାଟେଷ୍ଟ ଫଟୋ ଭାଇରାଲ୍ ହେଉଛି।

ଯେଉଁଥିରେ ସେ ଏକ ଧଳା ରଙ୍ଗର ଶାଢୀ ପିନ୍ଧି ତାଙ୍କ ମା’ଙ୍କ ସହିତ ଭିକିଙ୍କ ଘରେ ପହଞ୍ଚିଥିବାର ଦେଖାଯାଇଛି।ଖବର ଅନୁଯାୟୀ, କ୍ୟାଟ୍ରିନା ତାଙ୍କ ମା’ଙ୍କ ସହିତ ଭିକିଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ କ୍ୟାଟ୍ରିନା ଖୋଲା କେଶ ଏବଂ ଶିମିରି ଶାଢୀରେ କୌଣସି ପରୀ ଠାରୁ କମ୍ ଲାଗୁନଥିଲେ। ବିବାହର ଖୁସି ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ତାଙ୍କ ସହିତ ମା ସୁଜୈନ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନଜର ଆସିଥିଲେ ।

ଯେତେବେଳେ ପାପାରାଜି କ୍ୟାଟ୍ରିନାଙ୍କ କାରକୁ ଘେରି ରହିଥିଲେ, ସେତେବେଳେ ସେ ଭିତରୁ ସୁନ୍ଦର ସ୍ମାଇଲ୍ ଦେଉଥିବାର ଦେଖାଯାଇଥିଲା। କ୍ୟାଟ୍ରିନା ତାଙ୍କ ଭିକିଙ୍କ ପରିବାରକୁ ଭେଟିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ପହଞ୍ଚିଥିଲେ। ଯେଉଁ କାରଣରୁ ଅନୁମାନ କରାଯାଉଛି ଯେ ଅଭିନେତ୍ରୀ ଭିକିଙ୍କ ଘରକୁ ପ୍ରି-ୱେଡିଂର କୌଣସି ରସମ ପାଇଁ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular