ବଲିଉଡ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ଦୀର୍ଘ ଦିନ ହେବ ସେମାନଙ୍କ ବିବାହ ବିଷୟରେ ଆଲୋଚନା ଚାଲିଛି। ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ଅନେକ ଯୋଜନାର ପ୍ରସ୍ତୁତି ସରି ଯାଇଛି ବୋଲି ଶୁଣିବାକୁ ମିଳୁଛି । ହେଲେ ଏହି ସମୟରେ ବର୍ତ୍ତମାନ ଦମ୍ପତିଙ୍କ ବିବାହକୁ ନେଇ ଏକ ନୂଆ ଖବର ଆସିଛି। ରାଜସ୍ଥାନର ସାୱାଇ ମାଧୋପୁରର ଡିଏମଙ୍କର ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଡିସେମ୍ବର ୩ ତାରିଖରେ ଏହି ଦମ୍ପତିଙ୍କ ବିବାହ ସଂପର୍କରେ ଏକ ବୈଠକ ହେବ । ତେବେ ବାସ୍ତବରେ, ସୱାଇ ମାଧୋପୁର ଡିଏମ ଡକ୍ଟର ସୁରଜ ସିଂ ନେଗିଙ୍କ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିଠି ଅନୁଯାୟୀ ଶୁକ୍ରବାର ତଥା ଆଜି ସକାଳ ୧୦.୧୫ରେ ଏକ ମିଟିଙ୍ଗ ତଥା ବୈଠକ ଅନୁଷ୍ଠିତ ହେବ। ଏହି ଚିଠିରେ ଲେଖା ହୋଇଛି କି ଯେଉଁଠାରେ ବିବାହ ସମାରୋହ ହେବ ତାହାକୁ ନେଇ ପୂର୍ବରୁ ଭିଡ଼ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ଏବଂ ସମ୍ଭାବ୍ୟ ପରିସ୍ଥିତି ଉପରେ ଆଲୋଚନା ହେବ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0