spot_img

କାର୍ଯ୍ୟରତ ଅବସ୍ଥାରେ ସେଲ୍ ଠିକା କର୍ମଚାରୀ ମୃତ, ପରିବାରକୁ କ୍ଷତିପୁରଣ ଓ ସ୍ଥାୟୀ ନିଯୁକ୍ତି ଦାବି

କେନ୍ଦୁଝର : କାର୍ଯ୍ୟରତ ଅବସ୍ଥାରେ ସେଲ୍ ଠିକା କର୍ମଚାରୀ ମୃତ । କେନ୍ଦୁଝର ଜିଲ୍ଲାର ବଲାଣି ସ୍ଥିତ ରଷ୍ଟ୍ରାୟତ ଉଦ୍ୟୋଗର ସେଲ ଠିକା କର୍ମଚାରୀ କାଳିଚରଣ ଦାସ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ନେଇ ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । କାଲିଚରଣ ବଲାଣି ସେଲ୍ କମ୍ପାନୀରେ ୱାସିଂ ପ୍ଲାଂଟରେ କାମ କରୁଥିଲେ । କାର୍ଯ୍ୟ କରୁଥିବା ସମୟରେ ସେ ଏକ ଉଚ୍ଚ ସ୍ଥାନରୁ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ସାଥିମାନେ ବଲାଣି ହସ୍ପିଟାଲକୁ ନେଇଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଠିକାଦାରଙ୍କ ମୃତ୍ୟୁକୁ ନେଇ ପରିବାର ବର୍ଗ ଏବଂ କର୍ମଚାରୀ ସଂଘ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୁରଣ ଓ ସ୍ଥାୟୀ ନିଯୁକ୍ତି ଦାବି ହୋଇଥିଲା । ପ୍ରାୟ ତିନି ଘଣ୍ଟା ଧରି ଧାରଣା ଲାଗିରହିବା ପରେ ଶେଷରେ ସେଲ୍ କତୃପକ୍ଷ ଦାବି ନେଇ ଲିଖିତ ପ୍ରତିଶୃତି ଦେଇଥିଲେ ।

 

 

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular