ଚାନ୍ଦବାଲି: ପୁଣି ଏକ ବିରଳ ପ୍ରଜାତିର କଇଁଛ ଦେଖିବାକୁ ମିଳିଛି । ପୂର୍ବରୁ ବାଲେଶ୍ୱରରେ ଏଭଳି ପ୍ରଜାତୀର କଇଁଛ ଦେଖିବାକୁ ମିଳିଥିବା ବେଳେ ଭଦ୍ରକ ଜିଲ୍ଲାରେ ଆଉ ଏକ ସୁର୍ଣ୍ଣ କଇଁଛ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଚନ୍ଦବାଲି ବ୍ଲକ ବେନ୍ତାଳପୁର ଗାଁରେ ଏକ ବିରଳ ସ୍ୱର୍ଣ୍ଣ କଇଁଛ ଦେଖିବାକୁ ମିଳିଛି । ଜଣେ ଚାଷୀ ବିଲରେ କାମ କରୁଥିବା ସମୟରେ ସେ ଏହି କଇଁଛ କୁ ଦେଖିଥିଲେ । ହଳ କରୁଥିବା ସମୟରେ କାଦୁଅ ମିଶା ପାଣିରେ କଇଁଛ ବୁଡି ଯାଉଥିବାର ଦେଖି ସାପ ଭାବି ଚାଷୀ ଜଣକ ଡରିଯାଇଥିଲେ । ତେବେ ପରେ କଇଁଛ ଜାଣିବା ପରେ ଘରକୁ ଆଣି ପୂଜାର୍ଚ୍ଚନା କରିବା ସହ କଇଁଛର ସୁରକ୍ଷା ପାଇଁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । କଇଁଛଟି ଅଢେଇ କିଲୋ ଓଜନର ହେବା ବୋଲି ସୂଚନା ମିଳିଛି । ତେବେ ବନ ବିଭାଗ ଏଭଳି କଇଁଛ ମିଠା ପାଣି ସ୍ଥାନରେ ବଢିଥାନ୍ତି ବୋଲି କାହିଛନ୍ତି । ବନ୍ୟା ପାଇଁ ଏହି କଇଁଛ କେଉଁ ଅଞ୍ଚଳରୁ ଭାସି ଆସିଥିବା ସନ୍ଦେହ କରାଯାଉଛି । ତେବେ ଏହି ବିରଳ ପ୍ରଜାତିର କଇଁଛକୁ ପୂର୍ବରୁ କେହି ଦେଖି ନଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0