spot_img

ମାଓବାଦୀ ଓ ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ , ବିପୁଳ ମାଓ ସାମଗ୍ରୀ ଉଦ୍ଧାର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଲେଙ୍ଗେରିମୁଣ୍ଡା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ସହ ‘ଏସଓଜି’ ଓ କନ୍ଧମାଳ ‘ଡିଭିଏଫ’ ମଳିତିବାହିନୀର ଭୀଷଣ ଗୁଳି ବିନିମୟ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇବା ପରେ ଜାନୁଆରି ୬ ତାରିଖରେ ‘ଏସଓଜି’ ଓ କନ୍ଧମାଳ ‘ଡିଭିଏଫ’ର ମିଳିତ ଦଳ ନକ୍ସଲ ନିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଜାନୁଆରି ୭ ତାରିଖ ଦିନ ଉପରୋକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେସନ ଚଳାଇଥିବା ବେଳେ ସୁବିଧାଜନକ ସ୍ଥାନରେ ଥାଇ ମାଓବାଦୀମାନେ ସେମାନଙ୍କ ଆଡ଼କୁ ଗୁଳି ବର୍ଷଣ କରିବା ସହ ଗ୍ରେନେଡ ଫିଙ୍ଗିଥିଲେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular