spot_img

କରୋନା ଯୁଦ୍ଧରେ ହାରିଗଲେ ଏଏସ୍ଆଇ ଶିଶିର କୁମାର ସେଠୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷପ ନେଉଛନ୍ତି । ତେବେ କରୋନା ଯୁଦ୍ଧରେ ପ୍ରାଣ ହରାଇଛନ୍ତି ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ଶିଶିର କୁମାର ସେଠୀ ।

ନିଜର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ପାଇଁ ବେଶ ଜଣାଶୁଣା ଥିଲେ ଶିଶିର କୁମାର ସେଠୀ । ଡ୍ୟୁଟି  ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନେଇ ଭୁବନେଶ୍ୱର ଡ଼ିସିପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ତାଙ୍କ ପରିବାର ସଦସ୍ୟ ଓ ୩ ଝିଅଙ୍କୁ କମିଶନରେଟ ପୁଲିସ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular