spot_img

ଲକଡାଉନରେ ଶ୍ରମିକ ମୃତ୍ୟୁକୁ ନେଇ ସଂସଦରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି । ବିପକ୍ଷ ଦଳରୁ ଏଥର ଲିଖିତ ପ୍ରଶ୍ନ ପଚରାଯାଉଛି । କରୋନା ସଂକଟ ଓ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ବେଶି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ ସରକାରଙ୍କୁ ଏହି ମାମଲାରେ ବିରୋଧୀଙ୍କ ପକ୍ଷରୁ ପ୍ରଶ୍ନ ପଚରାଯାଇଥିଲା । କେତେ ଜଣ ପ୍ରବାସୀ ସୈନିକଙ୍କର ଲକଡାଉନ ସମୟରେ ମୃତ୍ୟୁ ହୋଇଛି, ସେମାନେ ତା’ର ତଥ୍ୟ ମାଗିଥିଲେ । ପ୍ରଶ୍ନର ଉତ୍ତରରେ ସରକାର ତାଙ୍କ ପାଖରେ ତଥ୍ୟ ନଥିବା କହିଥିଲେ । ଏହା ବ୍ୟତୀତ କରୋନା ସଙ୍କଟ ସମୟରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ବିରୋଧୀ ତଥ୍ୟ ମାଗିଥିଲେ । ସୂଚନାଯୋଗ୍ୟ କି ଲକଡାଉନ ପରେ ଲକ୍ଷାଧିକ ସଂଖ୍ୟାରେ ଶ୍ରମିକ ରାସ୍ତାକୁ ଆସିବା ସହିତ ପାଦରେ ଚାଲି ଘରକୁ ଫେରିବା ଦେଖାଯାଇଥିଲା । ଏହି ସମୟରେ ଅନେକ ଶ୍ରମିକ ଦୁର୍ଘଟଣା, ଭୋକ ଓ ଶରୀର ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିବା ଖବର ଆସିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular