spot_img

ସମ୍ବଲପୁରର ୧୬ ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମର ୧୬ ସ୍ଥାନରେ ଜାରି ହେଲା ୧୪୪ ଧାରା । କରୋନା ସଂକ୍ରମଣ ଚିହ୍ନଟ ପରେ ୧୬ଟି ସ୍ଥାନରେ ୧୪୪ ଧାରା ଲାଗୁ କରିଛନ୍ତି ଉପ ଜିଲ୍ଲାପାଳ । ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡ଼ା, ଜଗନ୍ନାଥ କଲୋନୀର ଲେନ-୩, ମାୟାବଗିଚା, ନନ୍ଦପଡ଼ାର ସୁସାରୀ ଗଳି, ମୋଦିପଡ଼ାର ମାଣିକମୁଣ୍ଡା, ତଅଁଲାପଡ଼ା, ଠେଲକୋପଡ଼ା, ଏନ ଗୁଆଲେନ ର ହନୁମାନ ମନ୍ଦିର ପଛ ପଟ, ଗୁଜୁରାଟି କଲୋନୀର ଜଳରାମ ମନ୍ଦିର ପାଖ, ବୁର୍ଲାର ଡ଼କ୍ଟର କଲୋନୀ, ଜେଜେଏସ କଲୋନୀ, ଆଇଆର କଲୋନୀ, ବିଷ୍ଣୁପଡ଼ା, ହୀରାକୁଦର ଲେବର କଲୋନୀ, ଗୌଡ଼ ପଡ଼ା, ଝାଙ୍କରପଡ଼ାରରେ ୧୪୪ ଧାରା ଜାରି କରାଯାଇଛି । ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଏହାସହ ଏହି ସ୍ଥାନରୁ ୧୦୦ ମିଟର ବ୍ୟାସାର୍ଦ୍ଧ ଯାଏଁ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular