spot_img

ରାଜ୍ୟର ୨୯ ଜିଲ୍ଲାରୁ ୧୫୨୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୫୨୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୪୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି ପାଇଛି ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୨୧୮, ସମ୍ବଲପୁରରୁ ୧୬୮, ସୁନ୍ଦରଗଡ଼ରୁ ୧୨୬, ଢେଙ୍କାନାଳରୁ ୧୦୭, କଟକରୁ ୭୨, ଭଦ୍ରକରୁ ୭୦, କୋରାପୁଟରୁ ୬୭, ବଲାଙ୍ଗୀରରୁ ୫୯, ବାଲେଶ୍ବରରୁ ୪୩, ମାଲକାନଗିରିରୁ ୩୮, ଯାଜପୁରରୁ ୩୩, ନୟାଗଡ଼ରୁ ୩୨, ଗଜପତି ଓ କଳାହାଣ୍ଡିରୁ ୩୧ ଜଣ ଲେଖାଏଁ, ରାୟଗଡ଼ାରୁ ୨୭, ପୁରୀରୁ ୨୬, ନବରଙ୍ଗପୁରରୁ ୨୩ , ଜଗତସିଂହପୁର ଓ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୭ ଜଣ ଲେଖାଏଁ, ବରଗଡ଼ରୁ ୧୦, ଝାରସୁଗୁଡ଼ାରୁ ୯, ଅନୁଗୁଳ ଜିଲ୍ଲାରୁ ୮ଜଣ, ବୌଦ୍ଧରୁ ୭, କେନ୍ଦୁଝର ଓ ସୋନପୁର ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସଂଖ୍ୟାରେ ଆଜି ପୁଣି ଥରେ ଖୋର୍ଦ୍ଧାକୁ ପଛରେ ପକାଇଛି ପୁଣି ଗଞ୍ଜାମ ଜିଲ୍ଲା।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏବେ ରାଜ୍ୟରେ ମୋଟ ୩୧,୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୩୪ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular