ଭୁୁବନେଶ୍ୱର: ଅନ୍ତରାଜ୍ୟ କିଡନି ଠକେଇ ରାକେଟର କିଙ୍ଗପିନ ହିମାଂଶୁ ଭୂଷଣ ନନ୍ଦକୁ ପରଚାଉଚରା ଲାଗି ପୁଣି ତିନି ଦିନିଆ ରିମାଣ୍ଡରେ ଅଣାଯିବ। ଲକ୍ଷ୍ମୀସାଗର ଥାନା ପୁଲିସ ରିମାଣ୍ଡ ଆବେଦନକୁ ଭୁବନେଶ୍ବର ଏସଡିଜେଏମ ଆଜି ମଞ୍ଜୁର କରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନରେ ଲକ୍ଷ୍ମୀସାଗର ଥାନା ପୁଲିସ ଝାରପଡ଼ା ଜେଲରୁ ହିମାଂଶୁକୁ ଆଣି ଜେରା କରିବ। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ମିଲି ସାହୁ ନାମ୍ନୀ ମହିଳାଙ୍କଠାରୁ କିଡନି ଦେବା ପାଇଁ ହିମାଂଶୁ ୧ ଲକ୍ଷ ୧୩ ହଜାର ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନ ଥିଲେ। ଏ ନେଇ ମିଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ହିମାଂଶୁ ସହ ଆଉ କିଏ କିଏ ସମ୍ପୃକ୍ତ, ଏହି ଠକେଇରେ ଆଉ କିଏ ସହଯୋଗ କରୁଥିଲେ, ଲକ୍ଷ୍ମୀସାଗର ଅଞ୍ଚଳରେ କେବେଳ ମିଲି ନା ଆଉ କେହି ଠକାମିର ଶିକାର ହୋଇଛନ୍ତି, ସେ ନେଇ ଖୋଳତାଡ଼ କରିବ ପୁଲିସ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0