ନୂଆଦିଲ୍ଲୀ:ସାରା ଦେଶରେ କରୋନା ଟିକାକରଣ ସନ୍ତୋଷ ଜନକ ରହିଛି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଥିଲେ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାକରଣର ୫ ଦିନରେ ୮ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କରୋନା ଯୋଦ୍ଧା ଟିକା ନେଇ ସାରିଲେଣି । କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ଯଦିଓ ସରକାର କେଉଁ ଟିକା ଚୟନ କରିବେ ହିତାଧିକାରୀ ସେ ବିକଳ୍ପ ଦେଇ ନାହାନ୍ତି କିନ୍ତୁ ଯେଉଁଠାରେ କୋଭାକ୍ସିନ ଟିକା ଦିଆଯାଉଛି ସେଠାରେ ଟିକା ନେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା କମିଯାଉଛି । ଏହାର ଅର୍ଥ କୋଭାକ୍ସିନ ନେବାକୁ ଭୟ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ବିଶେଷଜ୍ଞଙ୍କ ମତରେ ଅକ୍ସଫୋଡ଼ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାର ତୃତୀୟ ପର୍ୟ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଛି । ଏହି ଡାଟା ସର୍ବସାଧାରଣଙ୍କ ପାଇଁ ମଧ୍ୟ ଉପଲବ୍ଧ ରହିଛି । କିନ୍ତୁ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ଚାଲୁ ରହିଥିବା ବେଳେ ଏହାକୁ ଅନୁମତି ଦିଆଯାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0