spot_img

ଗ୍ୟାସ ସିଲିଣ୍ଡର ସଜାଡିବା ସମୟରେ ଲାଗିଲା ନିଆଁ, ୬ ଗୁରୁତର

ଖୋର୍ଦ୍ଧା: ଗ୍ୟାସ ସିଲିଣ୍ଡର ସଜାଡିବା ସମୟରେ ହଠାତ୍ ଲାଗିଲା ନିଆଁ । ଖୋର୍ଦ୍ଧା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ମୁତାବକ, ଗତକାଲି ରାତି ୮ଟା ସମୟରେ ବେଗୁନିଆ ଥାନା ଗଡମାଣିତ୍ରୀ ଗାଁର ଅଜୟ ରାଉତରାୟଙ୍କ ଘରେ ଖାଦ୍ୟ ଗରମ କରିବା ପାଇଁ ଗ୍ୟାସ ଚୂଲା ଲଗାଯାଇଥିଲା । କିନ୍ତୁ ଗ୍ୟାସ ଚୂଲାଟି ଜଳିନଥିଲା । ଗ୍ୟାସ ଚୂଲାକୁ ସଜାଡୁ ଥିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଘରର ୬ ଜଣ ପୋଡି ହୋଇଯାଇଥିଲେ । ତେବେ ପଡୋଶୀମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular