spot_img

କେକେଆର ଦଳର ଅଧିନାୟକ ଦୀନେଶ କାର୍ତ୍ତିକ ନିଜ ପଦରୁ ଇସ୍ତଫା ଦେଲେ

ଦୁବାଇ: ଚଳିତ ବର୍ଷ ଆଇପିଏଲରର ଆଜି ୩୨ତମ ମ୍ୟାଚ । ତେବେ ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କଲିକତା ନାଇଟ ରାଇଡର୍ସ ମଧ୍ୟରେ ସନ୍ଧ୍ୟା ୭.୩୦ରେ ଆବୁଧାବୀ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ ଆରମ୍ଭର କିଛି ସମୟ ପୂର୍ବରୁ କଲିକତା ନାଇଟ ରାଇର୍ଡସ ଦଳର ଏକ ବଡ ପରିବତ୍ତନ ଆଣିଛି । ତେବେ ଚଳିତ ବର୍ଷ ଆରମ୍ଭରୁ ଅଧିନାୟକ ପଦ ସମ୍ଭାଳୁଥିବା ଦିନେଶ କାତ୍ତିକ ନିଜ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ଦିନେଶଙ୍କ ସ୍ଥାନରେ ଇଂଲଣ୍ଡ ଦଳର କ୍ୟାପଟେନ ଇୟନ ମର୍ଗାନ କଲିକତା ଦଳର ଅଧିନାୟକତ୍ୱ ବହନ କରିଛନ୍ତି । ଏ ବାବଦରେ କଲିକତା ରାଇଡର୍ସ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular