spot_img

ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଲା କଲିକତା ନାଇଟ ରାଇଡର୍ସ

ଆବୁଧାବି: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୨ତମ ମ୍ୟାଚ । ତେବେ ମୁମ୍ବାଇ ବିପକ୍ଷ ଆଜିର ମ୍ୟାଚରେ କଲିକତା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ଫତି ନେଇଛି । ଉଭୟ ଦଳଙ୍କ ପାଇଁ ଆଜିର ମ୍ୟାଚ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ହେବାକୁ ଯାଉଛି । ଆବୁଧାବି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ଲକ୍ଷରେ ପଡିଆକୁ ଓହ୍ଲାଉଛି ଆଜି କଲିକତା । ଆଜିର ମ୍ୟାଚରେ ଦିନେଶ କାର୍ତ୍ତିକ ନିଜ ଅଧିନାୟକ ପଦରୁ ଓହରିଯିବା ଘଟଣା ସମସ୍ତଙ୍କର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଜିର ମ୍ୟାଚରେ ଇୟନ ମୋର୍ଗାନ ଦଳର ନେତୃତ୍ୱ ନେଉଛନ୍ତି । ଅନ୍ୟପଟେ କଲିକତା ଆଜିର ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁଦୃଢ କରିବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular