ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଦିନକୁ ଦିନ ଉତ୍ତେଜନା ବଢିବାରେ ଲାଗିଥିବା ବେଳେ ନଭେମ୍ବର ମାସରେ ଭାରତକୁ ଆସୁଛି ଆଉ ୪ଟି ରାଫେଲ ବିମାନ । ତେବେ ଭାରତ-ଚୀନ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବଢିବାକୁ ଯାଉଛି । ଆସନ୍ତା ନଭେମ୍ବରର ପ୍ରଥମ ସପ୍ତାହରେ ଫ୍ରାନ୍ସରୁ ଦ୍ୱିତୀୟ ଦଫାରେ ଆଉ ୩-୪ଟି ରାଫେଲ ହରିୟାଣା ସ୍ଥିତ ଅମ୍ବାଲା ବାୟୁସେନା ବେସରେ ପହଁଞ୍ଚିବାର ସୂଚନା ମିଳିଛି । ଦ୍ୱିତୀୟ ଦଫାରେ ଆସୁଥିବା ବିମାନଙ୍କୁ ପଶ୍ଚିମବଙ୍ଗର କଲଇକୁଣ୍ଡା ଷ୍ଟେସନରେ ମୁତୟନ କରାଯିବ । ଅନ୍ୟପଟେ ଜୁଲାଇ ୨୮ରେ ପ୍ରଥମ ଦଫାରେ ୫ଟି ରାଫେଲ ବିମାନ ଭାରତରେ ପହଁଞ୍ଚିଥିଲା । ତେବେ ଏହି ବିମାନ ଗୁଡିକୁ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ସୂଚନା ଅନୁସାରେ, ୩୬ଟି ରାଫେଲ ବିମାନ ପାଇଁ ଭାରତ ଫ୍ରାନ୍ସ ସହ ୫୮ ହଜାର କୋଟି ଟଙ୍କାର ରଜିନାମା କରିଛି । ସେଥିମଧ୍ୟରୁ ଚଳିତ ବର୍ଷ ୧୦ଟି ରାଫେଲ ଭାରତକୁ ମିଳିବାକୁ ଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0