spot_img

ଆଜି ପିତୃ ଦିବସ, ଜାଣନ୍ତୁ ଏହି ଦିନ ପାଳନ କରିବା ପଛରେ କ’ଣ ରହିଛି ମହତ୍ୱ

ଯେଉଁ ସମଗ୍ର ବିଶ୍ୱରେ ମା’କୁ ସମ୍ମାନ ଦିଆଯାଇ ମାତୃ ଦିବସ (ମଦର୍ସ ଡେ) ପାଳନ କରାଯାଇଥାଏ ସେହିଭଳି ପିତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ପିତୃ ଦିବସ (ଫାଦର୍ସ ଡେ) ପାଳନ କରାଯାଇଥାଏ । କିଛି ପିଲାମାନେ ମଧ୍ୟ ବାପାଙ୍କ ପାଇଁ ଏହି ଦିନଟି ସ୍ପେଶାଲ କରିବା ପାଇଁ କିଛି ଖାସ୍ ଅନ୍ଦାଜ୍ରେ ସେଲିବ୍ରେଟ୍ କରିଥାନ୍ତି । ଏନେଇ ଆସନ୍ତୁ ଜାଣିବା କେବେ ଏବଂ କେଉଁଠାରୁ ଆରମ୍ଭ ହେଲା ଫାଦର୍ସ ଡେ ସେଲିବ୍ରେଟ ।

fathers-day
ସର୍ବ ପ୍ରଥମେ ଆମେରିକାରେ ପିତୃ ଦିବସ ପାଳନ କରାଯାଇଥିଲା । ଏହି ଖାସ୍ ଦିନର ପ୍ରେରଣା ୧୯୦୯ ମସିହାରେ ମଦର୍ସ ଡେ’ରୁ ମିଳିଥିଲା । ୱାସିଂଟନର ସ୍ପୋକେନ ଶହରରେ ସୋନାରା ଡାଁଡ ନିଜ ପିତାଙ୍କ ସ୍ମୃତିରେ ଏହି ଦିନ ଆରମ୍ଭ କରିଥିଲେ । ଏହାପରେ ୧୯୧୬ ମସିହାରେ ଆମେରିକା ରଷ୍ଟ୍ରପତି ଭୁଡରୋ ଭିଲ୍ସନ ଏହି ଦିବସ ପାଳନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାପରେ ରଷ୍ଟ୍ରପତି କୈଲ୍ୱିନ କୁଲିଜ ୧୯୨୪ ମସିହାରେ ଏହି ଦିନଟିକୁ ରଷ୍ଟ୍ରୀୟ ଆୟୋଜନ ରୂପେ ଘୋଷଣା କରିଥିଲେ । ସେହିଭଳି ଆମେରିକା ରଷ୍ଟ୍ରପତି ଲିଣ୍ଡନ ଜନସନ ପ୍ରଥମ ଥର ୧୯୬୬ ମସିହାରେ ଜୁନ୍ ମାସର ତୃତୀୟ ରବିବାରରେ ଏହି ଦବିସ ପାଳିବା ପାଇଁ ନିଷ୍ପତି ନେଇଥିଲେ ।

ଜାଣନ୍ତୁ ଫାଦର୍ସ ଡେ’ ପଛରେ କ’ଣ ରହିଛି କାହାଣୀ
father
୧୯୧୦ ମସିହାରେ ୧୯ ଜୁନରେ ୱାସିଂଟନର ସୋନୋରା ସ୍ମାର୍ଟ ଡୋଡଙ୍କ ପ୍ରୟାସ ପରେ ଏହି ଦିନ ପାଳନ କରାଯାଇଥିଲା । ୧୯୦୯ରେ ସ୍ପୋକାନେର ଚର୍ଚ୍ଚରେ ମଦର୍ସ ଡେ’ରେ ଉପଦେଶ ଦିଆଯିବା ପରେ ମଦର୍ସ ଡେ ପାଳନ କରିବା ନେଇ ପ୍ରେରଣା ମିଳିଥିଲା । ସୂଚନା ମୁତାବକ ଓଲ୍ଡ ସେଣ୍ଟେନାରୀ ପ୍ରେସ୍ୱିଟେରିୟନ ଚର୍ଚ୍ଚର ଡାକ୍ତର କୋନରାଡ ବ୍ଲୁହାଙ୍କ ସାହାଯ୍ୟରେ ଏହି ବିଚାରକୁ ସ୍ପୋକାନେ YMCA ଏବଂ ଅଲାୟନ୍ସ ମିନଷ୍ଟ୍ରୀ ଏହି ବିଚାର ଉପରେ ସହମତି ପ୍ରଦାନ କରିବା ସହ ୧୯୧୦ ମସିହାରେ ପ୍ରଥମ ଥର ଫାଦର୍ସ ଡେ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular