spot_img

ଗଞ୍ଜାମ ଜିଲ୍ଲାରୁ ୩୮ କୋଭିଡ଼ ଆକ୍ରାନ୍ତ ଚିହ୍ନଟ:୧୦ଜଣ କରୋନା ଯୋଦ୍ଧା, ସୂଚନା ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର: ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର,ସ୍ବାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ପୁଣି ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏନେଇ ଗଞ୍ଜାମ ଜିଲ୍ଲପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୯୧ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୫୮ ଜଣ । ସେହିପରି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୨୨୭ଟି ଆକ୍ଟିଭ୍ କେସ୍ ରହିଛି ।


ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୩ଜଣ ପୋଲସରା ବ୍ଲକର ହୋଇଥିବା ବେଳେ ଚିକିଟିର ୨ଜଣ, ଛତ୍ରପୁର, ଗଞ୍ଜାମ କବିସୂର୍ୟ୍ୟନଗର, ଭଞ୍ଜନଗର ଓ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ଲେଖାଏଁ କରୋନା ଯୋଦ୍ଧା ଥିବା ଜଣାଯାଇଛି। ସେହିପରି ସଂକ୍ରମିତଙ୍କ ମଧ୍ୟରୁ ପ୍ରବାସୀ ଫେରନ୍ତା ୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସ୍ଥାନୀୟରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular