spot_img

ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା, ଜାଣନ୍ତୁ କେତେ ଜଣ ପୂଜାରୀଙ୍କ ସହ କ’ଣ ରହିଛି ଶୁଭ ମୁହୂର୍ତ୍ତ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ପାଇଁ ଜୋରଦାର୍ ପ୍ରସ୍ତୁତି ଜାରି ରହିଛି । ଭୂମି ପୂଜନ ପାଇଁ ମଧ୍ୟ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ଆସନ୍ତାକାଲି ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭୂମି ପୂଜନର ସମସ୍ତ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ନଜର ରଖିଛନ୍ତି । ରିପୋର୍ଟ ଅନୁଯାୟୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ସଂଧ୍ୟାରେ ଅଯୋଧ୍ୟା ସୀମାକୁ ସିଲ୍ କରାଯାଇଛି । ରାମ ମନ୍ଦିରର ଭୂମି ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ସେହିଭଳି ଏହି କାର୍ଯ୍ୟକ୍ରମରେ ସଂଘର ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନଂଦୀ ବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟଦାଥ ମଧ୍ୟ ଉପସ୍ଥିତ ରହିବେ । ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ ପରେ ଲୋକମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ । ତେବେ ଆସନ୍ତୁ ଜାଣିବା ଭୂମି ପୂଜନର କ’ଣ ରହିଛି ଶୁଭ ମୁହୂର୍ତ୍ତ ।

ram1ସୂଚନା ମୁତାବକ ଆସନ୍ତାକାଲି ଅଯୋଧ୍ୟାରେ ଭୂୂମି ପୂଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ହନୁମାନଗଢୀ ଯିବେ । ଏହାପରେ ପୂଜା ଅନୁଷ୍ଠିତ ହେବ । ଭୂମି ପୂଜନର ଶୁଭ ମୁହୂର୍ତ୍ତ ୩୨ ସେକେଣ୍ଡ ରହିଛି, ଯାହା ମଧ୍ୟାହ୍ନ ୧୨.୪୪ ମିନିଟ୍ ୮ ସେକେଣ୍ଡ ଠାରୁ ଆରମ୍ଭ ହୋଇ ୧୨.୪୪ ମିନିଟ୍ ୪୦ ସେକେଣ୍ଡ ମଧ୍ୟରେ ରହିଛି ।

ramସୂଚନା ଯୋଗ୍ୟ ଭୂମି ପୂଜନ ସହ ଜଡିତ ଅନୁଷ୍ଠାନ ଗୌରୀ ଗଣେଶଙ୍କ ପୂଜା ସହ ଆରମ୍ଭ ହୋଇସାରିଛି । ଏଥିସହ ଭୂମି ପୂଜନ ପାଇଁ ଦେଶର ୧୩୫ ଜର ସନ୍ଥଙ୍କୁ ଆମନ୍ତ୍ରିତ କରାଯାଇଛି । ଏଭଳି ଅବସରରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ଦୀପ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ କହିଛନ୍ତି ।

ram2ଅଯୋଧ୍ୟାରେ ଭୂମି ପୂଜା ସହ ବଡ ଧରଣର ଦୀପ ଲଗାଇବା ପାଇଁ ମଧ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାଟି ଦୀପ, ସୋରିଷ ତେଲ ଆଦି ଆୟୋଜନ କରାଯାଇଛି । ଏଥିସହ ଆଲୋକମାଳାରେ ସଜ୍ଜିତ ହେବା ପାଇଁ ମଧ୍ୟ ଆୟୋଜନ କରାଯାଇଛି ।
ଭୂମି ପୂଜନର ଏହି କାର୍ଯ୍ୟକ୍ରମରେ କାଶୀ, ଅଯୋଧ୍ୟା, ଦିଲ୍ଲୀ ଏବଂ ପ୍ରୟାଗର ବିଦ୍ୱାନମାନଙ୍କୁ ଆମନ୍ତ୍ରିତ କରାଯାଇଛି । ସୂଚନା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମକୁ ସମୁଦାୟ ୨୧ଜଣ ପୂଜାରୀ ସମ୍ପନ୍ନ କରିବେ । ମାନ୍ୟତା ଅନୁଯାୟୀ ଭଗବାନ ହନୁମାନ ଅଯୋଧ୍ୟାର ଅଧିଷ୍ଠାତା । ଏହିକାରଣରୁ ସର୍ବ ପ୍ରଥମେ ପ୍ରଭୁ ବଜରଙ୍ଗବଲୀଙ୍କର ପୂଜା କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular