spot_img

ଅନଲାଇନରେ ପ୍ରେକ୍ଷାଳୟ ବୁକିଂ ଶୁଭାରମ୍ଭ

ଭୁବନେଶ୍ୱର: ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ରବିନ୍ଦ୍ର ମଣ୍ଡପ , ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ଅନଲାଇନ୍ ବୁକିଂର ଶୁଭାରମ୍ଭ ହୋଇଯାଇଛି । ସଂସ୍କୃତି ଭବନ ସମ୍ମିଳନୀ କକ୍ଷରରେ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅନଲାଇନ ବୁକିଂ ବ୍ୟବସ୍ଥାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି । ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ବୀଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଏଣିକି ଆଉ କେଉଁଠିକି ନ ଯାଇ ଘରେ ଥାଇ ମଧ୍ୟ ଅନଲାଇନରେ ୩ ପ୍ରେକ୍ଷାଳୟକୁ ବୁକିଂ କରାଯାଇ ପାରିବ । ଏ ଦିଗରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହାୟତା ଯୋଗାଇ ଦେଇଛି । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ବ୍ୟକ୍ତି ଅନଲାଇନ ବ୍ୟବସ୍ଥାର ପରିଚାଳନା ଓ ନିରପେକ୍ଷତା ବଜାୟ ରଖିବାକୁ ନିଜ ନିଜର ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ ସଂସ୍କୃତି ଚର୍ଚ୍ଚା ର ପ୍ରଥମ ଖଣ୍ଡ ଲୋକର୍ପିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular