ପ୍ରତ୍ୟେକ ବର୍ଷ ଆଜି ଦିନରେ ଅର୍ଥାତ ଜୁଲାଇ ୭ ତାରିଖରେ ବିଶ୍ୱ ଚକୋଲେଟ୍ ଦିବସ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ଦିବସ ଫିକା ପଡିଯାଇଛି । ୧୫୫୦ ମସିହା ୭ ଜୁଲାଇରେ ପ୍ରଥମ ଥର ୟୁରୋପରେ ଚକୋଲେଟ ଦିବସ ପାଳନ କରାଯାଇଥିଲା, ଯାହାପରେ ସମଗ୍ର ବିଶ୍ୱରେ ପାଳନ କରାଯାଇଥଇଲା ଚକୋଲେଟ୍ ଦିବସ । ଚକୋଲେଟ୍ ଖାଇବାକୁ ସ୍ୱାଦିଷ୍ଟ ତ ଲାଗିନଥାଏ ବରଂ ଶରୀରକୁ ମଧ୍ୟ ଅନେକ ଫାଇଦା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଚକୋଲେଟ୍ ଦିବସରେ କ’ଣ ରହିଛି ଏହାର ଇତିହାସ ।
ଚକୋଲେଟର ଇତିହାସ:
ମାନ୍ୟତା ରହିଛି ପାଖାପାଖି ୪ହଜାର ବର୍ଷ ପୂର୍ବରୁ ଚକୋଲେଟ୍ ର ଉତ୍ପତ୍ତି ହୋଇଥିଲା । ପ୍ରଥମ ଥର ଚକୋଲେଟ୍ ଗଛ ଆମେରିକାରେ ଦେଖାଯାଇଥିଲା । ଆମେରିକାର ଜଙ୍ଗଲରେ ଚକୋଲେଟ ଗଛର ମଞ୍ଜିରୁ ଚକୋଲେଟ୍ ପ୍ରସ୍ତୁତ କରାଯାଇଥିଲା । ସୂଚନାଯୋଗ୍ୟ ବିଶ୍ୱରେ ପ୍ରଥମେ ଆମେରିକା ଏବଂ ମେସ୍କିକୋ ଚକୋଲେଟ୍ ଉପରେ ପ୍ରୟୋଗ କରିଥିଲେ । କୁହାଯାଏ ୧୫୨୮ ମସିହାରେ ସ୍ପେନର ରାଜା ମେସ୍କିକୋ ଉପରେ କବଜା କରିଥିଲେ । କାରଣ ରାଜାଙ୍କୁ କୋକା ବହୁତ ପସନ୍ଦ ଥିଲା । ଏହାପରେ ରାଜା କୋକାର ମଞ୍ଜିକୁ ମେସ୍କିକୋରୁ ସ୍ପେନ୍ ନେଇଯାଇଥିଲେ । ଏହାପରେ ସେଠାରେ ଚକୋଲେଟର ପ୍ରଚଳନ ଆରମ୍ଭ ହୋଇଥିଲା ।
ଆରମ୍ଭ ସମୟରେ ଚକୋଲେଟର ସ୍ୱାଦ ତିଖା ରହିଥିଲା । ପରବର୍ତ୍ତୀ ସମୟରେ ଏହାର ସ୍ୱାଦ ବଦଳାଇବା ପାଇଁ ସେଥିରେ ମହୁ, ଭ୍ୟାନିଲା ଭଳି ଅନ୍ୟାନ୍ୟ ଜିନିଷ ମିଶାଇ କୋଲ୍ଡ କଫି ପ୍ରସ୍ତୁତ କରାଯାଇଥିଲା । ଏହାପରେ ଡାକ୍ତର ସର ହୈଂସ ସ୍ଲୋନ ଏହାକୁ ପିଇବାରୁ ଖାଇବାର ଯୋଗ୍ୟ କରିଥିଲେ, ଯାହାର ନାମ କ୍ୟାଡବରୀ ମିଲ୍କ ଚକୋଲେଟ୍ ରଖିଥିଲେ ।
କ’ଣ ରହିଛି ଚକୋଲେଟର ଫାଇଦା:
ଚକୋଲେଟ୍ ଆମ ଶରୀର ପାଇଁ ଲାଭକାରୀ ହୋଇଥାଏ । ଏହାର ପ୍ରାକୃିତିକ କେମିକାଲ ମୁଡ୍ କୁ ତାଜା କରିଥାଏ । ଚକୋଲେଟରେ ଥିବା ଟ୍ରିପ୍ଟୋଫୈନ ଆମକୁ ଖୁସି ରଖିଥାଏ । ଏହା ମସ୍ତିଷ୍କର ଇଂଡାରଫିନ୍ ସ୍ତରକୁ ପ୍ରଭାବିତ କରିଥାଏ, ଯେଉଁ କାରଣରୁ ମଣିଷ ନିକୁ ଖୁସି ଅନୁଭବ କରିଥାଏ । କେବଳ ଏତିକି ନୁହେଁ ଚକୋଲେଟ୍ ଆମ ହୃଦୟ ପାଇଁ ମଧ୍ୟ ଅନେକ ଲାଭକାରୀ ହୋଇଥାଏ । ପ୍ରତ୍ୟେକ ଦିନ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ହୃଦୟ ଜନିତ ସମସ୍ୟା କମ ହୋଇଥାଏ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0