ରାଉରକେଲା: କରୋନା ପାଇଁ ହଜିଗଲା ମାନବିକତା । ପର କରିଦେଲେ ପରିବାର ଲୋକେ । କରୋନା ସଂକ୍ରମଣ ସନେ୍ଦହରେ ବୃଦ୍ଧଙ୍କୁ ଜରିରେ ବାନ୍ଧି ରାସ୍ତାକଡ଼ରେ ଫିଙ୍ଗିଦେଲେ ପରିବାର ଲୋକ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଉରକେଲାରୁ । ସଂକ୍ରମଣ ଭୟରେ ସଂପର୍କ ଭୁଲି ପରିବାର ଲୋକ ବି କରିଦେଲେ ପର । ରାଉରକେଲା ସହରର ଟ୍ରାଫିକ ମାର୍କେଟ ନିକଟରୁ ଜଣେ ବୃଦ୍ଧଙ୍କୁ ପଲିଥିନ ଘୋଡାଇ ଫିଙ୍ଗି ଦିଆଯାଇଥିଲା । ତାଙ୍କୁ ସ୍ଥାନୀୟ ଲୋକେ ଓ କିଛି ସ୍ୱେଚ୍ଛାସେବୀ ଉଦ୍ଧାର କରିଛନ୍ତି । ଏହି ବୃଦ୍ଧ ବ୍ୟକ୍ତିଙ୍କୁ ତାଙ୍କ କିଛି ସମ୍ପର୍କୀୟମାନେ କାରରେ ଆଣି ଏଠାରେ ପକାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ସ୍ୱେଚ୍ଛାସେବୀମାନେ ବୃଦ୍ଧଙ୍କୁ ଉଦ୍ଧାର କରି ରାଉରକେଲା ସହରର ଟିମ୍ବର କଲୋନୀରେ ଥିବା ଶାନ୍ତି ଭବନରେ ରଖିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0