spot_img

ଜାଣନ୍ତୁା କେଉଁ ଜିନିଷର ଅଧିକ ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଏ ।

କରୋନା ଜୀବାଣୁ ଠାରୁ ସୁରକ୍ଷା ପାଇବା ପାଇଁ ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଗବେଷଣାରୁ ଜଣାପଡିଛ ି ଯେଉଁମାନଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତ ଅଧିକ, ସେମାନେ ସହଜରେ କରୋନା ଭାଇରସର ଶୀକାର ହୋଇନଥାନ୍ତି । ଏହି ସମୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲୋକମାନେ ଅନେକ ପ୍ରକାର ଜିନିଷ ଖାଉଛନ୍ତି ।
ଆଜି ଆମେ ଜାଣିବା କେଉଁ ଜିନିଷର ଅଧିକ ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହାର ବ୍ୟବହାର ଦ୍ୱାରା ରୋଗପ୍ରତିଶୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଯେଉଁମାନେ ଅତ୍ୟଧିକ ମଦ୍ୟ ସେବନ କରିଥାନ୍ତି ସେମାନଙ୍କୁ ରୋଗ ହେବାର ଆଶଙ୍କା ଅଧିକ ଥାଏ ।

ଏକ ଅନୁସନ୍ଧାନରୁ ଜଣା ପଡିଛି ଅଧିକ ପରିମାଣରେ ଲୁଣ ଖାଇବାଦ୍ୱାରା ରୋଗପ୍ରତିରୋଧକ ଶକ୍ତି କମିଥାଏ । ଯାହା ଫଳରେ କି ଶରୀରରେ ଜୀବାଣୁ ସହିତ ଲଢିବାର କ୍ଷମତା କମିଯାଏ । ତେଣୁ ଖାଦ୍ୟରେ କମ୍ ଲୁଣ ଗ୍ରହଣ କରିବା ସ୍ୱାସ୍ଥ୍ୟ ପ୍ରତି ହିତକାରକ ହୋଇଥାଏ ।

ଅଧିକ ମାତ୍ରାରେ ମିଠା ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି କମିଥାଏ । ମିଠା ଖାଇବା ଦ୍ୱାରା ମଧୁମେୟ ହେବାର ଆଶଙ୍କା ଥାଏ । ସାଧାରଣତଃ ମଧୁମେହ ରୋଗୀ କରୋନା ଅକ୍ରାନ୍ତ ହେଲେ ମୃତ୍ୟୁମୁଖରେ ପଡିବାର ଆଶଙ୍କା ଅଧିକ ହୋଇଥାଏ ।

ଅତ୍ୟଧିକ ପରିମାଣରେ କଫିନ୍ ଖାଇବା ଦ୍ୱାରା ମଧ୍ୟ ରୋଗପ୍ରତିରୋଧକ ଶକ୍ତି କମିଥାଏ । ଏହାକୁ ଅଧିକା ମାତ୍ରାରେ ସେବନ କରିବା ଦ୍ୱାରା ଦେହ ଫୁଲିବା ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ନିଜର ରୋଗପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୂଁଛନ୍ତି ତେବେ କଫିନ୍ ସେବନ ହ୍ରାସ କରନ୍ତୁ । ଏହାଛଡା ଶୋଇବାର ୬ ଘଣ୍ଟା ପୂର୍ବରୁ ଏହାକୁ ସେବନ କରିବା ଅନୁଚିତ ।
ସୋଡା ଜାତୀୟ ପାନୀୟର ଅତ୍ୟଧିକ ସେବନ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରାକ ହୋଇଥାଏ । ଏହାକୁ ଅଧିକ ପରିମାଣରେ ସେବନ କଲେ ରୋଗପ୍ରତିରୋଧକ ଶକ୍ତି କମିଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular