spot_img

ଆସନ୍ତାକାଲିଠୁ ଦିଲ୍ଲୀରେ ଗଡ଼ିବ ମେଟ୍ରୋ

ନୂଆଦିଲ୍ଲୀ: ଦେଶରେ ଲକଡ଼ାଉନ ଲାଗୁ ହେବା ଫଳରେ ରାଜଧାନୀ ଦିଲ୍ଲୀର ଲାଇଫଲାଇନ କୁହାଯାଉଥିବା ମେଟ୍ରୋ ଟ୍ରେନ ବନ୍ଦ ରହିଥିଲା । ଦୀର୍ଘ ୬ ମାସ ପରେ ପୁଣି ଥରେ ଟ୍ରାକରେ ଗଡ଼ିବାକୁ ଯାଉଛି ମେଟ୍ରୋ ଟ୍ରେନ । ରାଜଧାନୀରେ ମେଟ୍ରୋ ସେପ୍ଟେମ୍ବର ୭ ତାରିଖ ଦିନ ଛତ୍ରପୁର-ସମୟପୁର ରୁଟରେ ଗଡ଼ିବାକୁ ଯାଉଛି । ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ରାଜୀବ ଚୈାକ ଷ୍ଟେସନରେ ପହଞ୍ଚି ପ୍ରସ୍ତୁତି ତଦାରଖ କରିଛନ୍ତି । ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ଗେହଲଟ ମେଟ୍ରୋର ପ୍ରସ୍ତୁତି ଯାଞ୍ଚ କରିବା ସମୟରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ସମସ୍ତ ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରାଯିବ । ଷ୍ଟେସନ ବାହାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତ ଜିନିଷପତ୍ରକୁ ମଧ୍ୟ ସାନିଟାଇଜ କରାଯିବ । ମେଟ୍ରୋରେ ଯାତ୍ରୀମାନଙ୍କ ପାଇଁ ଟୋକନ ବ୍ୟବହାର କରାଯିବ ନାହିଁ । ମେଟ୍ରୋ କାର୍ଡ଼ ମଧ୍ୟ ଅନଲାଇନରେ ରିଚାର୍ଜ ହେବାର ବ୍ୟବସ୍ଥା କରାଯିବ । ଯେଉଁମାନେ ଏହି ନିୟମ ପାଳନ ନ କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular