spot_img

ଖୋଲିଲା ଭୁବନେଶ୍ୱର ୟୁନିଟ-୪ ମାର୍କେଟ… ସାମାଜିକ ଦୂରତ୍ୱ ରଖି ଦୋକାନ ଖୋଲିବାକୁ ଅନୁମତି

ଭୁବନେଶ୍ୱର:ଆଜିଠୁ ଖୋଲିଲା ୟୁନିଟ-୪ ମାର୍କେଟ । ଦୀର୍ଘ ୧୪ ଦିନ ପରେ ଖୋଲିଲା ମାର୍କେଟ । ସାମାଜିକ ଦୂରତା ରକ୍ଷା କରି ଦୋକାନ ଖୋଲିବାକୁ ଅନୁମତ ମିଳିଛି । ସେଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ ସିଲ କରାଯାଇଥିଲା । ଏହି ସମୟ ମଧ୍ୟରେ ବହୁ ବ୍ୟବସାୟୀଙ୍କ ଅନେକ ଥର ଟେଷ୍ଟ କରାଯାଇଥିଲା । ଗତ ୧୬ ତାରିଖରୁ ବନ୍ଦ ରହିଥିଲା ୟୁନିଟ-୪ ମାର୍କେଟ । ତେବେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା । ୟୁନିଟ ଫୋର ମାର୍କେଟକୁ ମଧ୍ୟ ମୁନିସିପାଲିଟି ପକ୍ଷରୁ ସାନିଟାଇଜ କରାଯାଇଛି । ତେବେ ସମସ୍ତ ପ୍ରକାରର ଗାଇଡଲାଇନ ମାନି ସମାଜିକ ଦୂରତା ରଖି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular