ଭୁବନେଶ୍ବର : ଟ୍ୱିନ୍ ସିଟିରେ ଦୁଇ ମିନିଟ୍ ପାଇଁ ବନ୍ଦ ରହିବ ଟ୍ରାଫିକ୍। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍ ଯାଏଁ ବନ୍ଦ ରହିବ ଟ୍ରାଫିକ୍ । କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ନୀରବ ପ୍ରାର୍ଥନା କରାଯିବ। ଏନେଇ ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ଆଜି ସନ୍ଧ୍ୟା ୬ଟାରେ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି। କରୋନା ମୁକାବିଲାରେ ଯେଉଁମାନେ ନିଜ ଜୀବନକୁ ପାଣି ଛଡ଼ାଇ ଦିନରାତି ଏକ କରି କାମ କରୁଛନ୍ତି, ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରିବେ। ଯେଉଁଠି ଥିଲେ ବି ଛିଡ଼ା ହୋଇ ଗୋଟିଏ ମିନିଟ୍ ପ୍ରାର୍ଥନା କରିବେ। କୋଭିଡ୍ ମୁକାବିଲାରେ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ପାଇଁ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ତାଳି-ଥାଳି ବାଡେଇ ଦେଶବାସୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ। ଠିକ୍ ତାର କିଛିଦିନ ପରେ ପ୍ରଧାମମନ୍ତ୍ରୀଙ୍କୁ ଆହ୍ବାନ କ୍ରମେ ଦୀପ ଜାଳି କରୋନା ଯୋଦ୍ଧାଙ୍କୁ ସାମ୍ମାନ ଜଣାଇଥିଲେ ଦେଶବାସୀ । ଏପରି କି ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କ୍ରମେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାଇ କୋଭିଡ୍ ଯୋଦ୍ଧାଙ୍କୁ ରାଜ୍ୟବାସୀ ସମ୍ମାନ ଜଣାଇଥିଲେ। ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ୧ ମିନିଟ୍ ନୀରବ ପ୍ରାର୍ଥନା କରି କରୋନା ଯୋଦ୍ଧାଙ୍କୁ ରାଜ୍ୟବାସୀ ସମ୍ମାନ ଜଣାଇବେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0