spot_img

ପୁଣିଥରେ ଏକାଠି ନଜର ଆସିବେ ଟାଇଗର ଓ କିର୍ତ୍ତୀ

ପୁଣିଥରେ ଏକାଠି ନଜର ଆସିବେ ଟାଇଗର ଶ୍ରଫ୍ ଓ କ୍ରୀର୍ତ୍ତି ସାନନ୍। ଫିଲ୍ମ ‘ଗଣପତ୍’ରେ ଏହି ଦୁଇ ଷ୍ଟାରଙ୍କୁ ଦର୍ଶକେ ପୁଣି ଏକାଠି ଦେଖିବାକୁ ପାଇବେ। ହିରୋପନ୍ତୀରେ ଟାଇଗରଙ୍କ ସହ ଡେବ୍ୟୁ କରିବା ପରେ ଏବେ ପୁଣିଥରେ ତାଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି କ୍ରୀର୍ତ୍ତି । ଟାଇଗର ଶ୍ରଫ୍ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ମୋଶନ୍ ପୋଷ୍ଟର ରିଲିଜ୍ କରିଛନ୍ତି। ଉକ୍ତ ପୋଷ୍ଟରରେ କ୍ରୀର୍ତ୍ତି ସାନନ୍ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କୃତି ସାନନ୍ ଏହି ମୋଶନ୍ ପୋଷ୍ଟର ସେୟାର କରିଛନ୍ତି । ଗଣପତ୍ ବ୍ୟତୀତ ଟାଇଗର ଶ୍ରଫ୍ଙ୍କୁ ଆଗକୁ ଆଉ ଦୁଇଟି ଫିଲ୍ମରେ ଦେଖିବାକୁ ମିଳିବ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular