ରାଜ୍ୟରେ ୩ କୋଟିରୁ ଅଧିକ ଲୋକ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ସୂଚନା ଦେଇଛନ୍ତି । ଟୁଇଟରରେ ଲେଖିଛନ୍ତି, ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ ନେଇସାରିଛନ୍ତି । ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ପ୍ରତିରୋପଣ ନିଶ୍ଚିତ କରିବାରେ ଆମର ସମସ୍ତ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ନିରନ୍ତର ପ୍ରୟାସ ଏବଂ ଉତ୍ସର୍ଗୀକୃତତାକୁ ପ୍ରଶଂସା କରନ୍ତୁ । ୩୪୫୩ ଟିକାକରଣ କେନ୍ଦ୍ରରେ ଏବେ ରାଜ୍ୟରେ ଟିକାକରଣ ଚାଲିଛି । ୧୧୯୧ଟି ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷର କିଶୋରଙ୍କୁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟିକା ଦିଆଯାଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପ୍ରଥମ ଡୋଜ ୯୧ପ୍ରତିଶତ ଲୋକଙ୍କୁ ଦିଆଯାଇଛି । ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0