ଭୁବନେଶ୍ୱର: ଅଧିକାଂଶ ରାଜ୍ୟରେ ବାର୍ଡ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ବିଭିନ୍ନ ରାଜ୍ୟର ବାର୍ଡ ଫ୍ଲ ଯୋଗୁଁ ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଛନ୍ତି । ଏହାରି ଭିତରେ ଆମ ରାଜ୍ୟରେ ଏଯାଏଁ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଆଜି ବାର୍ଡ ଫ୍ଲ ସତର୍କତା ନେଇ ମୁଖ୍ୟ ଶାସନ ସଚିବ ରିଭ୍ୟୁ ବୈଠକ କରିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରକୁ ୧୧ ହଜାର ସାମ୍ପଲ ପରୀକ୍ଷା ହୋଇଛି । ଏଥିରୁ କୌଣସି ଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ସେ କହିଛନ୍ତି । ଏଥିସହ ସତର୍କତା ଦୃଷ୍ଟିରୁ ସର୍ଭେଲାନ୍ସ ବଢ଼ାଇବା ସହ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ରାପିଡ ରେସ୍ପନ୍ସ ଟିମ୍ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରାଣୀ ସଂପଦ ବିଭାଗ ନିର୍ଦ୍ଦେଶକ କହିଥିଲେ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବାର୍ଡ ଫ୍ଲୁ ଚିହ୍ନଟ ହୋଇନି। ସାମ୍ପଲ ପଠାଯିବା ଏକ ନିୟମିତ ପ୍ରକ୍ରିୟା। ଶୀତ ଦିନେ ପଠାଯାଏ। କୌଣସି ଜାଗାରେ ନିୟମିତ ପକ୍ଷୀମଡ଼କ ହେଲେ ଆଶଙ୍କା କରାଯାଏ। ଓଡ଼ିଶାରେ ଏବେ ସେଭଳି କୌଣସି ଜାଗାରେ କିଛି ଘଟଣା ଘଟିନି। ସେମିତି କିଛି ଘଟିଲେ ଅବଗତ କରାଯିବ ବୋଲି କହିଥିଲେ ନିର୍ଦ୍ଦେଶକ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0