ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ବାର୍ଡ ଫ୍ଲୁର ବୃଦ୍ଧି ସଂଖ୍ୟାକୁ ଦେଖି ପର୍ୟ୍ୟଟକଙ୍କ ଲାଗି ଲାଲକିଲ୍ଲାକୁ ଜାନୁୟାରୀ ୨୬ ତାରିଖ ପର୍ୟ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ତେବେ ପରୀକ୍ଷଣ ରିପୋର୍ଟରୁ ଲାଲକିଲ୍ଲା ଅଞ୍ଚଳରୁ ମିଳିଥିବା ମୃତ ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ପୁଷ୍ଟି ହୋଇଛି। କୋଭିଡ ଅନଲକ୍ରେ ଐତିହ୍ୟ ସ୍ଥଳକୁ ପର୍ୟ୍ୟଟକଙ୍କ ଲାଗି ଉନ୍ମୁକ୍ତ କରାଯାଇଛି। ଏଥିରେ ଲାଲକିଲ୍ଲା ଆଖପାଖରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କଟକଣା ଲାଗୁ କରିଛନ୍ତି। ପ୍ରଶାସନଙ୍କ ନିଷ୍ପତ୍ତି ଅନୁସାରେ ଜାନୁୟାରୀ ୧୯ରୁ ୨୬ ତାରିଖ ପର୍ୟ୍ୟନ୍ତ ଲାଲକିଲ୍ଲାକୁ ପର୍ୟ୍ୟଟଙ୍କ ନିମନ୍ତେ ବନ୍ଦ ରହିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0