ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଘରୋଇ ଦଳକୁ ମାତ ଦେଇ ଟ୍ରଫିକୁ ନିଜ ନାମରେ କରିପାରିଛି । ଏହା ସହ ଏହା ସହିତ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜକୁ ୨-୧ରେ ଜିତି ଭାରତ ଐତିହାସିକ ବିଜୟ ହାସଲ କରିଛି । ତେବେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଓ ସିରିଜ୍ କବଜା ପରେ ଅଷ୍ଟ୍ରେଲୀୟ କୋଚ୍ ଜଷ୍ଟିନ୍ ଲ୍ୟାଙ୍ଗର ନରମି ଯାଇଛନ୍ତି । ତାଙ୍କ କହିବା ଅନୁସାରେ, ଟିମ୍ ଇଣ୍ଡିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ନିନ୍ଦନୀୟ ପରାଜୟ ବରଣ କରିବା ପରେ ପରବର୍ତ୍ତୀ ମ୍ୟାଚ୍ରେ ଜବରଦସ୍ତ କମ୍ବ୍ୟାକ୍ କରିଥିଲା। କେବଳ ଭଲ ଫର୍ମକୁ ନୁହେଁ ବରଂ ସିରିଜ୍ ନିଜ ନାଁରେ କରିନେଲା। ଟିମ୍ ଇଣ୍ଡିଆର ଶକ୍ତିକୁ ଦେଖି ଲ୍ୟାଙ୍ଗର ଚ୍ୟାନେଲ ୭କୁ ପ୍ରତିକ୍ରିୟାରେ କହିଛନ୍ତି ‘କେବେ ଭାରତୀୟଙ୍କୁ କମ ଭାବନାହିଁ। ଭାରତର ଦେଢ଼ ଶହ କୋଟି ଲୋକସଂଖ୍ୟା କିନ୍ତୁ ସେଥିରୁ କେବଳ ୧୧ ଜଣ ଖେଳୁଛନ୍ତି। ତଥାପି ତାଙ୍କ ସହ ମୁକାବିଲା କରିବା କଷ୍ଟ।’



Visitors Today : 4
Total Visitors : 130422
Total Views : 9891952
Visitors Online Now : 0