spot_img

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକିୟା

ପୁରୀ: ମାର୍ଚ୍ଚ ମାସରେ ବନ୍ଦ ରହିଥିବା ଉଚ୍ଛେଦ ପ୍ରକ୍ରିୟା ପୁଣି ଶୁକ୍ରବାର ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପରିସରରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଉପଜିଲାପାଳଙ୍କ ନେତୃତ୍ୱରେ ଏହି ଉଚ୍ଛେଦ କାର୍ଯ୍ୟ ବାସେଳିସାହି ମୌଜାରୁ କରାଯାଉଛି । ୭୫ ମିଟର ପରିଧି ଭିତରେ ରହିଥିବା ବାସେଳିସାହିର ଘରୋଇ କୋଠାକୁ ଭଙ୍ଗା ଯାଉଛି ।
ତେବେ ଏ ନେଇ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨ଟି ଡ୍ରୋଜର ଲଗାଯାଇଛି । ଆଗ ଭାଇବ୍ରେଟ ମାଧ୍ୟମରେ ଛାତକୁ କଣା କରାଯାଇ ପରେ କୋଠାକୁ ଭଙ୍ଗାଯିବ ବୋଲି ସୂଚନା ଦେଇଛନ୍ତିି ଉପ ଜିଲାପାଳ । ସେପଟେ ଶ୍ରୀମନ୍ଦିର ସୁରକ୍ଷା ବଳୟ ୭୫ ମିଟର ପରିଧିକୁ ନେଇ ଶ୍ରୀମନ୍ଦିର ଚର୍ତୁଃପାଶ୍ୱର୍ର ୬୦ ଭାଗ ଉଚ୍ଛେଦ ସରିଥିବା ବେଳେ କରୋନାକୁ ନେଇ କାର୍ଯ୍ୟ ବନ୍ଦ ରହିଥିଲା ହେଲେ ଏବେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ପୁଣି ଉଚ୍ଛେଦ ଆରମ୍ଭ ପ୍ରକିୟା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular