ହାତରୁ ଦିହାତ ହେବେ ତେଜସ୍ୱୀ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କର ଆଜି ଦିଲ୍ଲୀରେ ନିର୍ବନ୍ଧ ହେଉଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଦିଲ୍ଲୀର ସୈନିକ ଫାର୍ମରେ ନିର୍ବନ୍ଧ ଆୟୋଜନ ହେଉଛି । ଲାଲୁଙ୍କର ୮ ଜଣ ସନ୍ତାନସନ୍ତିତି ମଧ୍ୟରେ ତେଜସ୍ୱୀ ହେଉଛନ୍ତି ସବୁ଼ଠାରୁ ସାନ ପୁଅ। ବିହାର ବିଧାନସଭାରେ ତେଜସ୍ୱୀ ଆରଜେଡି ତରଫରୁ ବର୍ତ୍ତମାନ ବିରୋଧୀ ଦଳ ନେତା ଅଛନ୍ତି। ତେବେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆୟୋଜନସ୍ଥଳ ତଥା ସୈନିକ ଫାର୍ମ ବାହାରେ ଏକାଧିକ ବାଉନ୍ସର ଜଗିଥିବା ଲକ୍ଷ୍ୟ କରାଯାଇଛି। କେବଳ ନିମନ୍ତ୍ରଣ ଅତିଥିମାନଙ୍କୁ ନିର୍ବନ୍ଧସ୍ଥଳକୁ ବାଉନ୍ସରମାନେ ପ୍ରବେଶ ପାଇଁ ଅନୁମତି ଦେଉଛନ୍ତି। ନିକଟ ସମ୍ପର୍କୀୟଙ୍କ ସମେତ କେବଳ ୫୦ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0