spot_img

୭ ଦିନରେ ନୂଆ ସିଡିଏସ ନିଯୁକ୍ତି ନେଇ ବୈଠକ

ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ୱତ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କ ପରେ କିଏ ଉତ୍ତରାଧିକାରୀ ହେବ ସେନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ପଦବୀରେ କେହି ପୂର୍ବତନ ସୈନ୍ୟ ଅଧିକାରୀ ବସିବେ ନା ବର୍ତ୍ତମାନ ଦାୟିତ୍ୱରେ ଥିବା ଜଣଙ୍କୁ ବସାଯିବ ସେନେଇ କେନ୍ଦ୍ର ସରକାର ତର୍ଜମା କରୁଛନ୍ତି । ନୂଆ ସିଡିଏସଙ୍କ ନାଁ ପ୍ରତିରକ୍ଷା ମନ୍ତ୍ରାଳୟ ସହ ଜଡିତ ଏକ କମିଟି ସ୍ଥିର କରିବ । ଯାହାର ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କମିଟି ୮ରୁ ୧୦ ଦିନ ମଧ୍ୟରେ ନୂଆ ସିଡିଏସଙ୍କ ନାଁ ଘୋଷଣା କରିପାରେ । ସମସ୍ତ ନିୟମ ଓ ମାପଦଣ୍ଡ ଅନୁସାରେ ନୂଆ ନାଁ ସ୍ଥିର ହେବ ।ଏହି ପଦବୀରେ ଥିବା ବ୍ୟକ୍ତି ୬୫ ବର୍ଷ ଯାଏଁ ଦାୟିତ୍ୱ ତୁଲାଇବେ । ବିପିନ ରାଓ୍ୱତଙ୍କ ପରେ ଚୀନ ଓ ପାକିସ୍ତାନ କାରଣରୁ ସୀମାରେ ଯେଉଁ ସବୁ ଚ୍ୟାଲେଞ୍ଜ ରହିଛି ସେହି କାରଣରୁ ସିଡିଏସ ପଦବୀକୁ ଦୀର୍ଘ ଦିନ ଧରି ଖାଲି ରଖାଯାଇ ପାରିବ ନାହିଁ । ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ସରକାର ନୂଆ ସିଡିଏସ ଘୋଷଣା କରିବା ସହ ନୂଆ ଯୋଜନା ବି ପ୍ରସ୍ତୁତ କରିବାକୁ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular