ଛତିଶଗଡ଼ : ଓଡିଶା ଛତିଶଗଡ଼ ସୀମା ନାରାୟଣପୁର ଜିଲ୍ଲାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ । ଏହି ଘଟଣାରେ ୨ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନାରାୟଣପୁର ଓ ସୋନପୁର ରାସ୍ତାରେ ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ , ମାଓବାଦୀ ମାନେ ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ପୋରଣ କରିଥିଲେ । ସହିଦ ଯବାନ ହେଉଛନ୍ତି ନାରାୟଣପୁରର ଡି. ଆର.ଜି ଯବାନ କନେର ଉସେଣ୍ଡି ଓ ତାମିଲନଡୁ ର ଆଇ.ଟି.ବି.ପି ଯବାନ ଏନ୍. ବାଲାଚାମି ।.ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେସ ବାଘେଲ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0