ବାରିପଦା : ଶିମିଳିପାଳରେ ଦୁଇ ଜଣ ସମ୍ପର୍କୀୟ ଭାଇ ଶିକାର କରି ହାତୀ ଦାନ୍ତ କାଟି ନେଇଥିଲେ। ହେଲେ ଗ୍ରାହକ ବେଶରେ ଯାଇ ଦୁଇ ହାତୀ ଶିକାରୀଙ୍କୁ ଗିରଫ କଲେ ବନ ବିଭାଗ ଅଧିକାରୀ। ଗିରଫ ଦୁଇ ଶିକାରୀ ହେଲେ ଫାଗୁରାମ ହାଁସଦା ଓ ରାମଚନ୍ଦ୍ର ହାଁସଦା। ଏମାନେ ଶିମିଳିପାଳ ଅଭୟାରଣ୍ୟର ବୋଫର ଅଞ୍ଚଳ ଅନନ୍ତପୁର ଗାଁର ବୋଲି ଜଣାପଡ଼ିଛି। ପଚରାଉଚରା ବେଳେ ଏମାନେ ଶିମିଳିପାଳ ଅଭୟାରଣ୍ୟରେ ହାତୀ ଶିକାର କରିଥିବା ମାନିଥିବା ବନ ବିଭାଗ ସୂଚନା ଦେଇଛି। ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ବନ ବିଭାଗ ୪୫ କେଜି ଓଜନର ହାତୀଦାନ୍ତ ଜବତ କରିଛି। କିଛି ଦିନ ତଳେ ଉଦଳା ଓ କପ୍ତିପଦା ଅଞ୍ଚଳରେ ଦୁଇଟି ହାତୀର ଶିକାର କରାଯାଇଥିଲା। ତେବେ ଜବତ ହୋଇଥିବା ଦାନ୍ତ ଏହି ଦୁଇ ହାତୀର ନା ଅନ୍ୟ କୌଣସି ହାତୀର ସେ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯିବ। କେମିକାଲ୍ ଟେଷ୍ଟିଂ ପାଇଁ ଜବତ ହାତୀ ଦାନ୍ତକୁ ଡେରାଡୁନ୍ ପଠାଯିବ। ଗିରଫ ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଅନ୍ତଃରାଜ୍ୟ ସ୍ମଗଲରଙ୍କ ସହ ଏମାନଙ୍କ ସଂପର୍କ ଅଛି କି ନାହିଁ, ତାହାର ତଦନ୍ତ କରାଯିବ ବୋଲି ଡିଏଫଓ କହିଛନ୍ତି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0