ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବିପଦଜନକ ଆତଙ୍କବାଦୀ ଓସାମା ବିନ ଲାଡ଼େନଙ୍କ ଝିଆରୀ ତାଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଲାଡ଼େନଙ୍କ ଝିଆରୀ ନୁର ବିନ ଲାଡ଼େନ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡୋ ଟ୍ରମ୍ପଙ୍କ ସମର୍ଥନରେ ବାହାରିଛନ୍ତି । ଟ୍ରମ୍ପ ଯଦି ଏବର୍ଷ ନିର୍ବାଚନରେ ହାରି ଯାଆନ୍ତି ତାହାଲେ ୯/୧୧ ଭଳି ଆକ୍ରମଣ ପୁଣିଥରେ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି । ଟ୍ରମ୍ପଙ୍କ ବିପକ୍ଷରେ ଥିବା ଜୋ ବିଡ଼େନ ସରକାର ଆସିଲେ ଆମେରିକାରେ ବର୍ଣ୍ଣବୈଷମ୍ୟ ଭେଦଭାବ ଅଧିକ ବଢିଯିବ । ଆମେରିକାକୁ ବାମପନ୍ଥୀ ସରକାରର କୌଣସି ଆବଶ୍ୟକତା ନାହିଁ ବୋଲି ଚେତାବନୀ ଦେଇଥିଲେ । । ଟ୍ରମ୍ପ ହିଁ ଆମେରିକାକୁ ସୁରକ୍ଷା ଦେଇପାରିବେ ଏବଂ ସରକାର ପାଇଁ ଉପଯୁକ୍ତ ବ୍ୟକ୍ତି ବୋଲି ସେ କହିଛନ୍ତ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0